୩୫୩ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ ହେଲା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ଆଜି ଶୁକ୍ରବାର ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧକାରୀ ସୁବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ ।ପ୍ରଥମେ ଜିଲ୍ଲା ଅଧିକାରୀ ଶ୍ରୀ ମହାନ୍ତି ସ୍ୱଗାତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ବୃନ୍ଦ ମାର୍ଗ ଦର୍ଶନ ଦେଇଥିଲେ । ଏହି ଶିବିରରେ ବିଶେଷ କରି ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ ପାସ, ଟ୍ରେନ ପାସ ପାଇଁ ତାଲିକା ଭୁକ୍ତ କରାଯାଇଥିଲା। ତିନି ଚକିଆ ସାଇକେଲ (ଟ୍ରାୟ )ଦୁଇଟି ଏବଂ ହୁଇଲ ଚେଆର ଚାରି ଗୋଟି ଗୋଟି ପ୍ରଦାନ କରାଯାଇଥିଲା । ଶିବିରରେ ପରୀକ୍ଷଣ ପାଇଁ ସର୍ବମୋଟ ୩୫୩ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ ହୋଇଥିଲା ।
ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ ପାଇଁ ଶ୍ରବଣ ବାଧିତ, ମୁକ ବଧିର ଡାକ୍ତର ଡ଼ ପ୍ରଦ୍ୟୁମ୍ନ ପଣ୍ଡା, ଦୃଷ୍ଟି ବାଧିତ ଡାକ୍ତର ଡ଼ ନିବେଦିତା ସାହୁ, ଅସ୍ତିଶଲ୍ୟ ବିଭାଗରୁ ଡ଼ ସୁନୀଲ କୁମାର ପାଢ଼ୀ, ମାନସିକ ବିଭାଗରୁ ଡ଼ ପୁଷ୍ପାଞ୍ଜଳି ହେମରମ, ଡିଡିଆରସି ବାଦଲ ପଟ୍ଟନାୟକ, ଶ୍ରୀନିବାସ ସାହୁ ଓ ଟେକ୍ନିସିଆନମାନେ ଯୋଗଦାନ କରି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କୋଳତା ଯୁବ ଶକ୍ତି ଓଡ଼ିଶାର ରାଜ୍ୟ ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, ଓଡିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ସମ୍ପାଦକ ଡୋଳାମଣି ପଧାନ, ରାଷ୍ଟୟ ଓଡିଶା ବିକଳାଙ୍ଗ ମଞ୍ଚ ସକ୍ରୀୟ ସଦସ୍ୟ ଚଣ୍ଡୀ ଦାସ ସାହୁ, ଡିଡିଏଫ ସ୍ବେଛାସେବୀ କଳାହାଣ୍ଡି ଦୃଣସେନ ନାଏକ, ନର୍ଲା ବିଏସଏସଓ ପ୍ରଦୀପ କୁମାର ବେହେରା, ସମାଜସେବୀ ଗୋବିନ୍ଦ ତାଣ୍ଡି, ଭୋଳାନାଥ, ଯୁଗେଶ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।