ନେତାଜୀ ଜନକଲ୍ୟାଣ ସମିତି ଯୁବକ ସଂଘ ଫୁଟବଲ ଟୁର୍ନାମେଣ୍ଟ: ପାଣିଗାଁକୁ ହରେଇ ସେମିରେ ଖୁଟୁଲୁଗୁଡା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିକିଲି ଖେଳ ପଡିଆ ଠାରେ ନେତାଜୀ ଜନ କଲ୍ୟାଣ ଯୁବକ ସଙ୍ଘ ଆନୁକୂଲ୍ୟରେ ପଞ୍ଚଦିବସିୟଫୁଟ ବଳ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବନପାଳ ଲକ୍ଷ୍ମଣ ଶବର ଯୋଗଦେଇଫୁଟବଳଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, ସମିତି ସଭ୍ୟା ପ୍ରମିଳା ଭୋଇ, ଓଏସ ଏପି ଭଜମନ ଶବର, ଗୋନ୍ତିଆ ବିପିନ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ଭୋଇ, ଯୁଗଳ ପଟେଲ, କିଶୋର ଶବର, ହୃଷିକେଶ ନାଏକ, ଜ୍ୟୋତିପ୍ରକାଶ ମହାନନ୍ଦ, ଦିବାକର ଦାସ,ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ପ୍ରତିଯୋଗିତା ରେ ଷୋହଳ ଟି ଦଳ ଭାଗନେବାର ସୂଚନା ଥିବା ବେଳେ ପ୍ରଥମ ଦିନର ଖେଳ ରେ ଖୁଟୁଲୁଗୁଡା ଦଳ ପାଣି ଗାଁ କୁ ପରାଜିତ କରି ସେମି ଫାଇନାଲ ରେ ପ୍ରବେଶ କରିଛି l ମନରଞ୍ଜନ ରାଉତ ଖେଳ ଟିକୁ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ଜିତେନ୍ଦ୍ର ଭୋଇ ଓ ଭୂପେନ୍ଦ୍ର ପଟ୍ଟନାୟକ ସହଯୋଗ କରିଥିଲେ |କନିଷ୍ଟ ବଗର୍ତି ଖେଳର ପ୍ରତେକ୍ଷ ଦର୍ଶୀ ଧାରାବିବରଣୀ ପ୍ରଦାନ କରିଥିଲେ | ନେତାଜୀ ଜନକଲ୍ୟାଣ ସମିତି ର ସଭାପତି ପ୍ରେମଲାଲ ଭୋଇ, ଜୟନ୍ତ ଭୋଇ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.