ଘର ବାରଣ୍ଡାରୁ ପିକଅପ ଭ୍ୟାନ ଚୋରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ସଦର ମହକୁମା ବ୍ୟାଙ୍କ ପାଖରେ ଥିବା ସନ୍ତୋଷ ଅଗ୍ରୱାଲଙ୍କ ଘର ବାରଣ୍ଡାରୁ ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କିଛି ଦୃବୁର୍ତ୍ତ ଘର ବାହାରେ ଥିବା OD 08B 6725 ନମ୍ବର ପିକଅପ ଭ୍ୟାନକୁ ଚୋରି କରି ଫେରାର ମାରିଥିବା ଜଣାପଡିଛି। ଶୁକ୍ରବାର ସକାକେ ମାଲିକ ଚୋରି ହୋଇଥିବା ଜାଣିବା ପରେ କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋକସରା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ କୋକସରା ଥାନାରେ କେସ ନଂ 281/22 ରେ ମାମଲା ରୁଜୁ କରାଯାଇତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ତେବେ ଗତ କିଛି ଦିନ ହେଲା କୋକସରାରେ ଚୋରି ଆତଙ୍କ ବଢୁଥିବାରୁ ଲୋକେ ଭୟଭୀତ ହୋଇ ପୋଲିସ ପେଟ୍ରୋଲିଙ୍ଗ ଢିଲା ହେଉଥିବା ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.