ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର: ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ତରଫରୁ ସ୍ୱର୍ଗତ ମଣି ବରିହା ଫୁଟବଲ କୋଚଙ୍କ ନାମରେ ମଣି ବରିହା ସ୍ମାରକୀ ପ୍ରଥମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ଖେଳ ପଡିଆରେ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଂଚ ଦିନ ଧରି ଖୁଜେନପାଲି ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ତିନୋଟି ମ୍ୟାଚ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ପ୍ରଥମ ମ୍ୟାଚ ପ୍ରଗ୍ରେସିଭ କ୍ଲବକୁ କୁଦେଇ ପାଲିକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ ଖୁଜେନପାଲିକୁ କଅଁଗା ଟ୍ରାଏବ୍ରେକରରେ ୨-୦ ଗୋଲରେ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ କୁଦେଇ ପାଲିକୁ କଅଗାଁ ୧-୦ ପରାସ୍ତ କରି ସେମି ଫାଇନାଲକୁ ଉନ୍ନିତ ହୋଇଛି। ଉଦଘାଟନୀ ସମାରୋହରେ ଅତିଥି ଭାବରେ ଖୁଜେନପାଲି ସମିତି ସଭ୍ୟ ସୂର୍ଯ୍ୟକାନ୍ତ ସାହୁ, ପୂର୍ବତନ ସରପଂଚ ସତ୍ୟବାନ ସାହୁ, ଯୁବ ସମାଜସେବୀ ବିନୋଦ କାଲସାଏ, ମନୋଜ ତ୍ରିପାଠୀ, କରୁଣାକର ମହାପାତ୍ର, ଲାଲମଣି କାଲସାଏ, ୱାର୍ଡ ସଭ୍ୟ ସଂଜୁ ଷାଣ୍ଢ, ଅନୁପ ସାଏ ଓ ସ୍ୱର୍ଗତ ମଣି ବରିହାଙ୍କ ସ୍ତ୍ରୀ, ପୁଅ, ଝିଅ ଏବଂ ସପରିବାର ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଞ୍ଜିବ ମହାରଣା, ନରସିଂ ସ୍ୱାମି ନାଇଡୁ, ସୁଧାଂଶୁ ସେଠ, ବୈକୁଣ୍ଠ ଜେନା, ଅବଦୁଲ ମୁଜିବ, ଖଲିଉର ରହେମାନ ପ୍ରମୁଖ ପ୍ରଥମ ଦିନର ଖେଳ ପରିଚାଳନା କରିଥିଲେ। ଶ୍ରୀକର କାଲସାଏ, ଭୁପେନ୍ଦ୍ର ସିଂ, ଗୋପିନାଥ କାଲସାଏ, ଦେବାଶିଷ କାଲସାଏ, ବୁନୁ ତାଣ୍ଡି, ଶ୍ରୀକାନ୍ତ କାଲସାଏ, ଚନ୍ଦ୍ର ରାଜ କାଲସାଏ, ରାହାସ କାଲସାଏ, ସୁନୀଲ ବିଶ୍ବାଳ ଓ ଜନ କଲ୍ୟାଣ ଯୁବ ସଂଘର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୁଦୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.