ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇଥାନ୍ତା । ହେଲେ ତା ପୂର୍ବରୁ ଧରାପଡିଗଲା ଜହ୍ଲାଦ ପ୍ରେମିକ । ବେଶ ସତର୍କତାର ସହ ହତ୍ୟାକାଣ୍ଡ ରଚିଥିଲା ଅଫତାବ । ଏପରିକି ଦିଲ୍ଲୀ ଏବଂ ମୁମ୍ବଇ ପୋଲିସକୁ ବି ଚକମା ଦେଇଥିଲା । ଦିଲ୍ଲୀ ଓ ମୁମ୍ବଇ ପୋଲିସକୁ ଅଫତାବ କହିଥିଲା, ମେ’ ୨୨ ତାରିଖରେ ଶ୍ରଦ୍ଧା ଝଗଡା କରି ଘର ଛାଡ଼ି ପଳାଇଥିଲେ । ଗଲାବେଳେ ସାଥୀରେ କେବଳ ନିଜ ମୋବାଇଲ ଫୋନ ନେଇଥିଲେ    । ତେବେ  ପୋଷାକପତ୍ର ତଥା ଅନ୍ୟାନ୍ୟ  ଜିନିଷ ଏଠାରେ ଶ୍ରଦ୍ଧା ଛାଡି ଯାଇଥିଲେ ବୋଲି ଅଫତାବ କହିଥିଲା । ଅବଶ୍ୟ ପୋଲିସ ଅଫତାବର ଏପରି ବୟାନକୁ  ବିଶ୍ୱାସ କରି ନ ଥିଲା । ତେଣୁ ପୋଲିସ ଅଫତାବ ଏବଂ ଶ୍ରଦ୍ଧାଙ୍କ ମୋବାଇଲ ଫୋନର କଲ୍ ଡିଟେଲ୍ସ ଏବଂ ଲୋକେସନ ଚେକ୍ କରିଥିଲା । ହେଲେ ଏହି ଚେକିଂରୁ ଯେଉଁ ତଥ୍ୟ ମିଳିଲା ତାହା ପୋଲିସର ନିଦ ହଜାଇ ଦେଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା, ମେ’ ୨୬  ତାରିଖରେ ଶ୍ରଦ୍ଧାଙ୍କ ନେଟ ବ୍ୟାକିଂ ଆପ୍ଲିକେଶନରୁ ଅଫତାବ ଆକାଉଣ୍ଟକୁ ୫୪ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି  । ହେଲେ ଅଫତାବ ବୟାନରେ କହିଥିଲା ଯେ, ମେ’ ୨୨ରୁ ଶ୍ରଦ୍ଧାଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନାହିଁ । ଏହା ଥିଲା ଅଫତାବଙ୍କର ସବୁଠାରୁ ବଡ ଭୁଲ । ଏହାପରେ ନିଜ ଜାଲରେ ନିଜେ ଫସିଗଲେ ଅଫତାବ । ସେତିକି ନୁହେଁ, ମେ’ ୩୧ ତାରିଖରେ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଚାଟିଂ ସାମ୍ନାକୁ ଆାସିଥିଲା ।   ପୋଲିସ ଯେତେବେଳେ ଶ୍ରଦ୍ଧାଙ୍କ ଫୋନ ଲୋକେଶନ ବାହାର କଲା ତାହା ଥିଲା ଦିଲ୍ଲୀର ମହରୋଲୀ ଥାନା ଇଲାକାର ଥିଲା । ମେ’ ୨୬ ତାରିଖରେ ଯେଉଁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହାର ଲୋକେଶନ ମଧ୍ୟ ମହରୋଲି ଥାନା ଇଲାକାର ଥିଲା । ପୋଲିସ ଯେତେବେଳେ ଅଫତାବଙ୍କୁ ପଚାରିଥିଲା, ଯଦି ମେ ୨୨ରେ ଶ୍ରଦ୍ଧା ଘର ଛାଡ଼ି ଚାଲି ଯାଇଥିଲା ତେବେ ତାଙ୍କର ଲୋକେଶନ ମହରୌଲି ଦେଖଉଛି କାହିଁକି ?   ଅଫତାବ ଏହାର ଉତ୍ତର ଦେଇ ପାରି ନ ଥିଲେ । ପୋଲିସର ସନ୍ଦେହ ବଢିଥିଲା । ଘନଘନ ଜେରା ପରେ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲା ଅଫତାବ । ଶେଷରେ ସବୁ ସତ ଉଗାଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.