ଇପିଏଫ୍ ପେନସନ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ଦାବୀ ଦିବସ ପରିପ୍ରେକ୍ଷୀରେ କଟକ ଜିଲ୍ଲା ଇପିଏଫ୍ ପେନସନ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତ ଇପିଏଫ୍ ପେନସନ ଭୋଗୀଙ୍କୁ ସର୍ବନିମ୍ନ ପେନସନ ୯ହଜାର ଟଙ୍କା ସହ ବର୍ଦ୍ଧିତ ମହାଙ୍ଗା ଭତ୍ତା ପ୍ରଦାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଇପିଏଫ୍ ପେନସନଭୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ କଟକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନର ଅବବ୍ୟହିତ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବୀ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା, କଟକ ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁ, ଉପସଭାପତି ସୁକାନ୍ତ କୁମାର ସ୍ବାଇଁ, ସମ୍ପାଦକ ବିନୋଦ କୁମାର ବେହେରା ପ୍ରମୁଖ ସେ ବାବଦରେ ବିଶଦ ସୂଚନା ପ୍ରଦାନ କରିବା ସହ ପେନସନ ଭୋଗିଙ୍କ ନ୍ୟାଯ୍ୟ ଦାବୀ ସରକାର ପୂରଣ ନ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି CITU ଜିଲ୍ଲା ସଭାପତି ରବି ନାରାୟଣ ମଲ୍ଲିକ, AITUC ଜିଲ୍ଲା ଉପସଭାପତି ଅମରେନ୍ଦ୍ର ମହାନ୍ତି ଓ ଟ୍ରେଡ୍‌ ୟୁନିୟନ ନେତା କିଶୋର ଜେନା ପ୍ରମୁଖ ପେନସନଭୋଗୀଙ୍କ ନ୍ୟାଯ୍ୟ ଦାବୀ ପୂରଣ ଦିଗରେ ସରକାରଙ୍କ ଉଦାସୀନତାକୁ ନିନ୍ଦା କରିବା ସହ ପେନସନ ଭୋଗୀଙ୍କ ଦାବୀକୁ ଦୃଢ଼ ସମର୍ଥନ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ତରାଇ, ଅଗାଧୁ ପ୍ରଧାନ, ଅଲେଖ ସ୍ବାଇଁ, ଦେବେନ୍ଦ୍ର ସାହୁ, ଧୀରେନ୍ଦ୍ର ପ୍ରତାପ, ବୁଲେଇ ବେହେରା, ନିହାର ପଟ୍ଟନାୟକ, ବନମାଳୀ ବେହେରା ରଞ୍ଜନ ଦାସ, ଗୋବିନ୍ଦ ନାୟକ, ଆଦିତ୍ୟ ପଟ୍ଟନାୟକ, ବିଜୟ କେତନ ସ୍ବାଇଁ, ମୁକ୍ତିକାନ୍ତ ମହାପାତ୍ର, ସୁଧାଂଶୁ ଦେ, ମହେଶ୍ୱର ବେହେରା, କ୍ଷେତ୍ରବାସୀ ପାତ୍ର, ଦେବେନ୍ଦ୍ର ନାୟକ ଓ ଉମେଶ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.