କଳାହାଣ୍ଡି ଜିଲ୍ଲା ମାଧ୍ୟମିକ ବ୍ଲକଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ କର୍ମଚାରୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନଠାରେ କଳାହାଣ୍ଡି ଜିଲ୍ଲା ମାଧ୍ୟମିକ ବ୍ଲକଗ୍ରାଣ୍ଟ ପ୍ରାପ୍ତ ବିଦ୍ୟାଳୟ ସମୁହର ଶତାଧିକ ଶିକ୍ଷକ କର୍ମଚାରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ରାଜ୍ୟ ସଂଗଠନର ଶଶକ୍ତିକରଣ ତଥା ଜିଲ୍ଲା ସଂଗଠନ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ସଂପାଦକ ନିରଞ୍ଜନ ମୁଦୁଲୀ ବର୍ତ୍ତମାନର ଶିକ୍ଷକ ସମସ୍ୟା, ରାଜ୍ୟ ସଂଗଠନ ଓ ଆନ୍ଦୋଳନ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଆଲୋଚନା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ବୈଠକରେ ପିଇଟି, ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ଦରମା ବିସଂଗତି ସମ୍ବନ୍ଧରେ ଡିଇଓଙ୍କ ସହ ଆଲୋଚନା କରିବାସହ ୨.୫୭ ହାରରେ ଅବିକଳ ସପ୍ତମ ବେତନ ପ୍ରଦାନ ଲାଗି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଯଦି ଦାବି ପୁରଣ ନହୁଏ ତେବେ ଆସନ୍ତା ଡ଼ିସେମ୍ବର ୩ ତାରିଖରେ ଡିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନ କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଗଙ୍ଗାନାରାୟଣ ଦାଶ, ଜିଲ୍ଲା ଉପସଭାପତି ବିଭୂତି ବିଶ୍ବାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ଜିଲ୍ଲା ଓ ବ୍ଲକ ସଂଗଠନ ପୁନର୍ଗଠନ ଲାଗି ଆହ୍ବାନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.