ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିବାହ କରିବେ ବଲିଓଡ ଷ୍ଟାର ଆମିର ଖାନଙ୍କ ଝିଅ ଇରା । ମୁମ୍ବାଇରେ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କରିଛନ୍ତି ଇରା । ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିବା ବେଳେ ଆମିର ଖାନ ମଧ୍ୟ ଧଳା କୁର୍ତ୍ତାରେ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲେ । ଝିଅର ନିର୍ବନ୍ଧ ପାର୍ଟିକୁ ଅଧିକ ମଜାଦାର କରିବା ପାଇଁ ଆମିରଖାନ୍ ତାଙ୍କ ସମ୍ପର୍କୀୟ ମନସୁର ଖାନ୍ଙ୍କ ସହ ‘‘ପାପା କେହେ ତେ…ହେ…ବଡ଼ା ନାମ କରେଗା’’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । ତେବେ କିଛି ଲୋକ ଆମିରଖାନଙ୍କ ଏହି ଡ୍ୟାନ୍ସକୁ ପସନ୍ଦ କରିଥିବା ବେଳେ ଅନ୍ୟ କିଛି ପ୍ରଶଂସକ ଆମିରଖାନ୍ଙ୍କ ବୟସକୁ ନେଇ ଚର୍ଚ୍ଚା କରିଥିଲେ । ଅନେକ ପ୍ରଶଂସକ ତାଙ୍କୁ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ । କିଛି ପ୍ରଶଂସକ କହିଛନ୍ତି, ‘ଏ ଆମିର ଖାନ୍ ବୋଲି ଚିହ୍ନିପାରିଲିନି’ ତ ଆଉ କିଏ କହିଛନ୍ତି, ଆମିର ଖାନ୍ ନିଜର ଧଳା କେଶକୁ ଗର୍ବର ସହ ଗ୍ରହଣ କରିଛନ୍ତି ।
ଏପଟେ ବାପା ଏବଂ ମାମୁଁଙ୍କ ଡ୍ୟାନ୍ସ ଦେଖି ଖୁସିରେ ପାଗଳ ହୋଇଥିଲେ ଝିଅ ଇରା । ଆମିରଖାନ୍ ଏବଂ ଆମିର ଖାନଙ୍କ ପୁରା ପରିବାର ଏହି ଉତ୍ସବରେ ଯୋଗ ଦେଇଥିଲା । ବଲିଉଡର ମଧ୍ୟ କିଛି ଜଣାଶୁଣା ସେଲିବ୍ରିଟି ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ । ଏହା ବ୍ୟତୀତ କିରଣ ରାଓ, ଇରାଙ୍କ ଭାଇ ଜୁନାଦ ଖାନ, ଆଜାଦ ରାଓ ଖାନଙ୍କ ସମେତ ସମଗ୍ର ପରିବାର ଉପସ୍ଥିତ ରହିଥିବା ନଜର ଆସିଛନ୍ତି । ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ନିର୍ବନ୍ଧ ସରିବା ପରେ ଦୁହେଁ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ କହିଛନ୍ତି।