ଶେଷରେ ବଦଳିଲା ସାଂଜ୍ଞା, କୁତ୍ତା ହେଲା ‘ଦତ୍ତ’

ଓଡ଼ିଆ ବାର୍ତ୍ତା/ ବାଙ୍କୁଡା: ଶେଷରେ ବଦଳିଲା ସାଂଜ୍ଞା । କୁତ୍ତା ବଦଳରେ ନାଁରେ ଯୋଡା ହେଲା ଦତ୍ତ । ନାଁ ହେଲା ଶ୍ରୀକାନ୍ତ କୁମାର ଦତ୍ତ । ତେବେ ସରକାରୀ ସ୍ତରର ଏହି ଭୁଲ ଗୋଟିଏ ଦିନରେ ଯେପରି ସଂଶୋଧନ ହେଲା ତାହାକୁ ପ୍ରଶଂସା ନ କରି ରହି ହେବନି । ରାସନ କାର୍ଡରେ  ଶ୍ରୀକାନ୍ତଙ୍କ ନାଁ ଭୁଲ ପ୍ରିଣ୍ଟିଂ ହୋଇଥିଲା । ଦତ୍ତ ବଦଳରେ ଲେଖା ଯାଇଥିଲା କୁତ୍ତା । ଏହାକୁ ଖାଲି ମୁଦ୍ରଣ ଜନିତ ତ୍ରୁଟି ବୋଲି କୁହାଯାଇ ପାରିବନି । ଏହା ଜଣେ ବ୍ୟକ୍ତିର ସ୍ୱାଭିମାନକୁ ଅପମାନ  ମଧ୍ୟ । ହେଲେ ଦୀର୍ଘ ଦିନ ଚେଷ୍ଟା କରି ଶ୍ରୀକାନ୍ତ ଯାହା କରିପାରି ନ ଥିଲେ ତାହା ଗୋଟିଏ ଦିନରେ ସମ୍ଭବ ହୋଇ ପାରିଥିଲା । ଶନିବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା ।  ହଠାତ ଜଣେ ବ୍ୟକ୍ତି ସରକାରୀ ଅଧିକାରୀଙ୍କ ଗାଡି ନିକଟକୁ ଆସି କୁକୁର ପରି ଭୁକିବାକୁ ଲାଗିଲେ । ଏହା ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ପ୍ରକୃତ ଘଟଣା ଜାଣିବା ପରେ ସମସ୍ତେ ସାବାସି ଦେଇଥିଲେ ।  ଦେଖିବା ଲୋକେ ଶ୍ରୀକାନ୍ତଙ୍କୁ ସମର୍ଥନ କରିଥିଲେ । କାରଣ ରାସନକାର୍ଡରେ ତାଙ୍କ ନାମର ସାଜ୍ଞା ସ୍ଥାନରେ ଦତ୍ତା ବଦଳରେ କୁତ୍ତା ଲେଖା ଯାଇଥିଲା । ଏପରି ତ୍ରୁଟି ଦେଖିବା ପରେ ସେ ଏହାକୁ ସଂଶୋଧନ କରିବାକୁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ସେ ସମସ୍ତଙ୍କ ଉପସ୍ଥିତିରେ ବିଡିଓଙ୍କ ଗାଡି ନିକଟରେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ।  ସେ ତାଙ୍କ ଗାଡ଼ି ପାଖରେ କୁକୁର ପରି ଭୋ..ଭୋ ଭୁକି ପ୍ରତିବାଦ କରିଥିଲେ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୁରନ୍ତ ତ୍ରୁଟି ସଂଶୋଧନ କରିବା ପାଇଁ  ବିଡିଓ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ ।  ତେବେ ବିଡିଓଙ୍କ ଗାଡି ନିକଟରେ ଶ୍ରୀକାନ୍ତଙ୍କ ଭୁକିବା ଭିଡିଓ ଭାଇରାଲ ହେବା ପରେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.