ବେନଗାଁରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଉ ଯାଇଛି। ଶିବିରରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରରେ ବେନଗାଁ ପଞ୍ଚାୟତର ୧୧ଟି ୱାର୍ଡର ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ନେଇଁ ଅଭିଯୋଗ କରିଥିଲେ। ଶିବିରରେ ଲାଞ୍ଜିଗଡ଼ ବ୍ଲକ ଉପାଧକ୍ଷ ସଂଜୀବ କୁମାର ନାୟକ, ଲାଞ୍ଜିଗଡ଼ ଅତିରିକ୍ତ ବିଡ଼ିଓ ବିଭୁତି ଭୂଷଣ ଶତପଥି ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୁନାଙ୍ଗା, ଲାଞ୍ଜିଗଡଡ଼ ଜୋନ ୨ ଜିଲ୍ଲାପରିଷଦ ପରୀକ୍ଷିତ ନାଏକ, ଯୋଗାଣ ଅଧିକାରୀ ହରିଶଙ୍କର ସାହୁ, ଜଳ ବିଭାଗ ଯନ୍ତ୍ରୀ ଦଶମନ୍ତ ମାଝୀ, ପ୍ରାଣୀ ଚିକିତ୍ସକ ଜୋସ୍ନା ରାଣୀ ସିଂ, କୃଷି ଅଧିକାରୀ ଧର୍ମେନ୍ଦ୍ର ସାହୁ, ସମିତି ସଭ୍ୟା ଯଶବନ୍ତି ନାଏକ, ସମେତ ବଳିଆର ସିଂ, ଲୋଚନା ମାଝୀ, ଦୁର୍ଯ୍ୟୋଧନ ଶବର, ନିରୁପମ ଦେବ,ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବେନଗାଁ, ପଦ୍ମଥୋପା, ପେଙ୍ଗଶୁର, ଦମାଘାଟିର ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଗୃହ,ଆଦି ମୁଖ୍ୟ ସମସ୍ୟା ରହିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଶିବିରକୁ ପଞ୍ଚାୟତ ନିର୍ବାହୀଅଧିକାରୀ ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ପ୍ରମୋଦ ସାହୁଙ୍କ ସମେତ ଦିଲ୍ଲୀପ ହରିଜନ, ଉତ୍ତର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.