ଥୁଆମୂଳ ରାମପୁର ବ୍ଲକ ସ୍ୱଚ୍ଛ ଭାରତ ମିଶନର ମାଷ୍ଟର ଟ୍ରେନର ସଂଘ ଗଠନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଠାରେ ସ୍ୱଚ୍ଛ ଭାରତ ମିଶନର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର) ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ସୁରେନ୍ଦ୍ର ନାଏକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଥୁଆମୂଳ ରାମପୁର ବ୍ଲକର ୨୪ଗୋଟି ଗ୍ରାମ ପଞ୍ଚାୟତର ସ୍ଵଚ୍ଛାଗ୍ରହୀ ବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ସଂଘର ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଯାଇଛି। ସର୍ବସହମତି କ୍ରମେ ସଭାପତି ଭାବରେ ନବୀନ ନାଏକ, ମହେନ୍ଦ୍ର ସାହୁ (ଉପସଭାପତି), ସୁରେନ୍ଦ୍ର ନାଏକ (ସମ୍ପାଦକ), ଯୁଧିଷ୍ଠିର ନାଏକ (ସହ ସମ୍ପାଦକ), ଦୁର୍ଗା କୀର୍ତ୍ତି (କୋଷାଧ୍ୟକ୍ଷ) ଓ ସଙ୍ଗୀତ ନାଏକ ଏବଂ ପ୍ରମିଳା ନାଏକଙ୍କୁ (ସହଯୋଗୀ) ଭାବରେ ମନୋନୀତ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସ୍ଵଚ୍ଛାଗ୍ରହୀ ମାନଙ୍କୁ ସରକାରଙ୍କ ତରଫରୁ ଦାୟିତ୍ଵ ମିଳିଥିଲା ବା ସରକାର ଦାୟିତ୍ଵ ଦେଇଥିଲେ। ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ବାହ୍ୟ ମାଳମୁକ୍ତ ଗାଁ ଗଠନ ଓ ପରିବେଶ ସ୍ବଚ୍ଛତା ପାଇଖାନା ନିର୍ମାଣ କାର୍ଯ୍ୟକ୍ରମ ଭଳି ଅନେକ ସ୍ବଚ୍ଛତା କାର୍ଯ୍ୟ ରେ ସ୍ଵଚ୍ଛାଗ୍ରହୀ ମାନଙ୍କ ଭୂମିକା ଆଗରେ ରହିଥିବା ବେଳେ ବର୍ତ୍ତମାନ ସରକାର ଏମାନଙ୍କୁ ଅଣଦେଖା କରୁଛନ୍ତି।‌ ତେଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକରେ ସଂଘ ଗଠନ କରାଯାଇ ସ୍ଵଚ୍ଛାଗ୍ରହୀ ମାନଙ୍କ ବିଭିନ୍ନ ଦାବୀ ସରକାରଙ୍କ ପାଖରେ ସଂଘ ମାଧ୍ୟମର ଉପସ୍ଥାପନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।‌ ବୈଠକରେ ନଳିନୀ ବାଗ, ରାଜେନ୍ଦ୍ର ନାଏକ, ଅଭିରାମ ନାଏକ, କାଲାନ୍ତ ଦୁରିଆ, ନରେନ୍ଦ୍ର ନାଏକ, ବିକାଶ ରଞ୍ଜନ ସିଂ, ଭୀମସେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.