ଇନ୍ଦ୍ରଧନୁ ଟି-ସର୍ଟ ପିନ୍ଧିଥିବାରୁ ୱାର୍ଲଡ କପ୍ ଦେଖି ପାରିଲେନି ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ କତାର: କତାରରେ ଖେଳା ଯାଉଥିବା ଫିଫା ୱାର୍ଲଡ କପ ୨୦୨୨ରେ ଆମେରିକାର ଜଣେ ଜଣାଶୁଣା ଖେଳ ସାମ୍ବାଦିକଙ୍କୁ ଖେଳ ଦେଖିବା ପାଇଁ ଭିତରକୁ ଛଡ଼ା ଯାଇ ନ ଥିଲା । ଆଉ କିଛି କାରଣ ନୁହେଁ, ସେ ଇନ୍ଦ୍ରଧନୁ ଟି-ସର୍ଟ ପିନ୍ଧିଥିବାରୁ ଖେଳ ଦେଖିବାକୁ ଛାଡା ଯାଇ ନ ଥିଲା । ଏହି ଆମେରିକୀୟ ସାମ୍ୱଦିକଙ୍କ କହିବାନୁସାରେ କତାରରେ ହେଉଥିବା ଫୁଟବଲ ମ୍ୟାଚ ଦେଖିବାକୁ ସେ  ସୋମବାର  ଷ୍ଟାଡିୟମରେ ପ୍ରବେଶ କରିବା ସମୟରେ ତାଙ୍କୁ ସିକ୍ୟୁରିଟି ଅଟକାଇଥିଲେ । କାହିଁକି ନା ଗ୍ରାଣ୍ଡ LGBTS (lesbian, gay, bisexual and transgender) ଙ୍କୁ ସମର୍ଥନ କରିବା ପାଇଁ ସେ ଏକ ଇନ୍ଦ୍ରଧନୁ ଟି-ସାର୍ଟ ପିନ୍ଧି ଥିଲେ ଏବଂ କାତାରରେ ସମଲିଙ୍ଗି ସଂପର୍କକୁ ବେଆଇନ କରାଯାଇଛି । ଗ୍ରାଣ୍ଡ ତାଙ୍କର ଓ୍ୱେବସାଇଡରେ କହିଛନ୍ତି, ଆମେରିକା-ଓ୍ୱଲେସ ମ୍ୟାଚ ଦେଖିବା ପାଇଁ ଅହମଦ ବିନ ଅଲି ଷ୍ଟାଡିୟମକୁ ଯାଇଥିଲେ । ହେଲେ ୱାର୍ଲଡ କପର ସୁରକ୍ଷା ଅଧିକାରୀ ତାଙ୍କୁ ପ୍ରବେଶ କରିବାକୁ ଦେଇନ ଥିଲେ  । କାରଣ ସେ LGBTSଙ୍କୁ ସମର୍ଥନ କରି ଇନ୍ଦ୍ରଧନୁ ଟି-ସର୍ଟ ପିନ୍ଧିଥିଲେ । ସୁରକ୍ଷା ଅଧିକାରୀ ତାଙ୍କୁ ପିନ୍ଧିଥିବା ଟି-ସର୍ଟ ଖୋଲିବାକୁ କହିଥିଲେ । ଏପରିକି ସେ ଯେତେବେଳେ ଏ ବିଷୟରେ ଟୁଇଟ କରୁଥିଲେ ସେତେବେଳେ ତାଙ୍କ ଫୋନ ମଧ୍ୟ ଛଡାଇନେଇ ଥିଲେ । ପରବର୍ତ୍ତୀ ସମୟରେ ସୁରକ୍ଷା କମାଣ୍ଡର ସେଠାରେ ପହଞ୍ଚି ତାଙ୍କୁ କ୍ଷମା ମାଗିବା ସହ ତାଙ୍କୁ ଷ୍ଚାଡିୟମ ଭିତରକୁ ଯିବାକୁ ଦେଇଥିଲେ । ପରେ ଆନ୍ତର୍ଜାତୀୟ ଫୁଟବଲ ପରିଚାଳନା ସଂସ୍ଥା ତରଫରୁ ଗୋଟିଏ ମାଫି ନାମା ଆସିଥିବା ଗ୍ରାଣ୍ଡ କହିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.