କେଶବ ନାଏକ କୋକସରା ବ୍ଳକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ମନୋନୀତ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା କେଶବ ଚନ୍ଦ୍ର ନାଏକ। କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୁଷଣ ବେମାଲ ଶ୍ରୀ ନାଏକଙ୍କୁ କୋକସରା ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବରେ ବିଧିବଦ୍ଧ ଭାବରେ ମନୋନୀତ କରିଥିବା ଜଣାପଡିଛି। ଦିର୍ଘ ବର୍ଷରୁ କଂଗ୍ରେସ ଦଳ ସହିତ ଜଡିତ ରହି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାରେ କେଶବ ଚନ୍ଦ୍ର ନାଏକଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ଦଳୀୟ ସଂଗଠନକୁ ଆହୁରି ମଜଭୂତ କରିବାକୁ ତାଙ୍କୁ ଏହି ନୂତନ ଦାୟିତ୍ବ ଦେଇଥିବା ସୂଚନା ମିଳିଛି। ଶ୍ରୀ ନାଏକ ମନୋନୀତ ହେବାପରେ କୋକସରା ବ୍ଲକ କଂଗ୍ରେସ କମିଟିର କର୍ମୀ ମହଳରେ ଉତ୍ସାହ ଦ୍ଵିଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.