ଗୁଗୁଲରୁ ବିଦା ହେବେ ୧୦ ହଜାର କର୍ମଚାରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ ପରେ ଏବେ ଗୁଗୁଲ ତାର କର୍ମଚାରୀ ମାନଙ୍କୁ ବିଦା କରିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀରେ ଖରାପ ପ୍ରଦର୍ଶନ କରୁଥିବା ୧୦ ହଜାର କର୍ମଚାରୀଙ୍କୁ କମ୍ପାନୀ ବାହାର  କରୁଛି । ସାରା ବିଶ୍ୱରେ ଏବେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି । ଏପରି ସ୍ଥିତିକୁ ଦେଖି ବଡ ବଡ କମ୍ପାନୀ ଏହାର କିଛି ପ୍ରତିଶତ କର୍ମଚାରୀଙ୍କୁ ବାହାର କରି ଦଉଛି । ଗୁଗୁଲ କାର୍ଯ୍ୟଦକ୍ଷଦାରେ ଉନ୍ନତି ଏବଂ ରାଙ୍କୁିଂକୁ  ଦୃଷ୍ଟିରେ ରଖି ୧୦ ହଜାର କର୍ମଚାରୀଙ୍କୁ ବାହାର କରିବାର ଯୋଜନା କରିଛି ଗୁଗୁଲ୍ । ଆଲଫାବେଟରେ ପାଖାପାଖି ୧ ଲକ୍ଷ ୮୭ ହଜାର କର୍ମଚାରୀ କାମ କରୁଥିବା ବେଳେ ଏହି ଯୋଜନା ଅନୁଯାୟୀ କମ୍ପୀନୀର ୬ ପ୍ରତିଶତ ଲୋକଙ୍କୁ ବାହାର କରାଯିବ । ତାସହ ପରିଚାଳନା କର୍ମଚାରୀଙ୍କର କାର୍ଯ୍ୟ ଦକ୍ଷତା ଅନୁସାରେ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି ।  ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ  ବୋନସ୍ ଏବଂ ବିଭିନ୍ନ ଅନୁଦାନ କଟାଯିବାର ଯୋଜନା ମଧ୍ୟ କରୁଛି ଗୁଗୁଲ୍ । ତେବେ ଏହି ଖବର ଉପରେ ଆଲ୍ଫାବେଟ କୌଣସି ପ୍ରତିକ୍ରିୟା  ରଖିନାହିଁ । ରିପୋର୍ଟ ଅନୁଯାୟୀ, ଗୁଗୁଲ କର୍ମଚାରୀ ମାନଙ୍କୁ ବାହାର କରିବା ପୂର୍ବରୁ ଚଳିତ ବର୍ଷ ବଡ ଟେକ୍ନୋଲୋଜି କମ୍ପାନୀ ତାର ପ୍ରାୟ ୧ ଲକ୍ଷ ୨୦ ହଜାର କର୍ମଚାରୀଙ୍କୁ ବାହାର କରାଦେଇଛି । ସେିହପରି ଟ୍ୱିଟର ୧୦ ହାଜାର, ମେଟା ୧୧ ହଜାର ଏବଂ ଆମାଜନ ୧୦ ହଜାର କର୍ମଚାରୀଙ୍କୁ ବାହାର କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.