ବାଇକକୁ ଧକ୍କା ଦେଲା ବସ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଳାପଥର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍‌କୁ ବସ୍‌ ଧକ୍କା ଦେବା ଫଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ ଓ ସ୍ୱାମୀ ଗିରିଧାରୀ ବାଘ  ଗତକେଲା ଶିବମନ୍ଦିରକୁ ବାଇକ୍‌ରେ ଯାଉଥିଲେ । କିନ୍ତୁ କଲାପଥର ରାସ୍ତରେ ଥିବା ବୁଲାଣି ନିକଟରେ ଘଟିଲା ଦୁର୍ଘଟଣା । ବଲାଙ୍ଗୀର ପଟୁ ଆସୁଥିବା ଏକ ଘରୋଇ ବସ୍‌ ଏମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସ୍ୱାମୀ ଗିରିଧାରୀ ବାଘଙ୍କ ଚିକିତ୍ସା ଚାଲିଛି । ପୋଲିସ ଘଟଣାର ଖୋଳତାଡ ଜାରି ରଖିଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.