ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ୩ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ୩ଦିନିଆ ଶିବିରରେ ୧୩୦ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱେଚ୍ଛାସେବୀମାନଙ୍କୁ କେବଳ ଦୁର୍ଘଟଣା ସମୟରେ ନୁହେଁ । ସମସ୍ତ ସ୍ୱେଚ୍ଛାସେବୀ ଏହାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ସମାଜରେ ସେବା କରିବାକୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଭି.ଆର. ରତ୍ନଶ୍ରୀ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ସେବାବ୍ରତୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଧ୍ୟାପକ ଡ.ପ୍ରସନ୍ନ କୁମାର ଗନ୍ତାୟତ ଶିକ୍ଷାର୍ଥୀ ଓ ଶିକ୍ଷାର୍ଥୀନିମାନଙ୍କୁ ଯୁବ ରେଡ୍କସର ଦାୟିତ୍ୱ ସଂପର୍କରେ ଅବଗତ କରାଇ ଉତ୍ସାହିତ କରିଥିଲେ । ସେହିପରି ଯୁବ ରେଡ୍କ୍ରସର ଜିଲ୍ଳା ସଂଯୋଜକ ବରିଷ୍ଠ ପ୍ରଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଶିକ୍ଷାର୍ଥୀମାନଙ୍କୁ ସଠିକ୍ ସମୟରେ ମାନବସେବା ଜାରି ରଖିବାକୁ ଆହ୍ୱାନ କରିଥିଲେ । ପରିଶେଷରେ ଯୁବ ରେଡ୍କ୍ରସର ସଂପାଦକ ତଥା ଆବାହକ ଶ୍ରୀନିବାସ ଆଚାରୀ ଧନ୍ୟବାଦ ଅର୍ପଣ ପୂର୍ବକ ଶିବିରାର୍ଥୀମାନଙ୍କର ଶିକ୍ଷଣ ପ୍ରକ୍ରିୟାକୁ ନିଜ ଜୀବନର ଉପାଦେୟ ଭାବେ ଗ୍ରହଣ କରି ସମାଜରେ ସେବା ଜାରି ରଖିବାକୁ ପ୍ରେରଣା ଦେଇଥିଲେ ।