ରାୟଗଡା ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆସନ୍ତା ଡିସେମ୍ବର ୧୯ତାରିଖରେ ରାୟଗଡା ଉପଖଣ୍ଡ ଓ ୨୬ତାରିଖରେ ଗୁଣପୁର ଉପଖଣ୍ଡ ସହ ଜାନୁୟାରୀ ମାସ ୯ତାରିଖରେ ପଦ୍ମପୁର ବ୍ଳକରେ ଚଳିତ ଖରିଫ ଋତୁର ଅମଳ ଧାନ ବିିକ୍ରି ନିମନ୍ତେ ମଣ୍ଡି ଖୋଲାଯିବା ନେଇ ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଦିନ ଧାର୍ଯ୍ୟ କରିଛନ୍ତି କମିଟି ଅଧ୍ୟକ୍ଷା ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂ । ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ଅଧ୍ୟକ୍ଷତା କରଥିିଲେ । ଗତ ୨୦୨୧-୨୨ବର୍ଷର ଖରିଫ ଋତୁର ଧାନ ମଣ୍ଡି ପରିଚାଳନା ଓ ଧାର୍ଯ୍ୟ ଲକ୍ଷ୍ୟ ସଫଳତାର ବିଷୟରେ ପଚାରି ବୁଝିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ସାଧାରଣ ଧାନ ନିମନ୍ତେ କ୍ୱିଂଟାଲ ପିଚ୍ଛା ୨୦୪୦ଟଙ୍କା ଓ ଗ୍ରେଡ୍ ଏ’ ଧାନ କ୍ୱିଂଟାଲ ପିଚ୍ଛା ୨୦୬୦ଟଙ୍କା ଧାର୍ଯ୍ୟ କରାଯାଇଥିବା ନେଇ ବୈଠକରେ ଅତିରିକ୍ତ ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀ ମୂରଳୀକ୍ରିଷ୍ଠା ରାଓ ଅବଗତ କରାଇଥିଲେ । ସେହିପରି ଚଳିତ ବର୍ଷ ୨୧,୧୭୧ଜଣ ଚାଷୀ ନିଜ ନାମ ପଂଜୀକୃତ କରିଥିବା ବେଳେ ୨୦,୪୮୨ଜଣ ଚାଷୀଙ୍କ ତଥ୍ୟ ସତ୍ୟାପିତ କରାଯାଇଥିବା ବେଳେ ୧୭୫୧୨ଟି ପ୍ଳଟ ଧାନ ଚାଷ ହେଉଥିବା ନେଇ ସେଟେଲାଇଟ ସର୍ଭେ ଓ ଫୋଟୋ ବିଭାଗୀ ପାଖରେ ଥିବା ନେଇ ବୈଠକରେ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଜିଲ୍ଳାର ୧୩ଟି ଲ୍ୟାମ୍ପସ ଓ ଗୋଟିଏ ଏମପିସିଏସ ସମୁଦାୟ ୧୪ଟି ପ୍ୟାକ୍ସ ମାଧ୍ୟମରେ ୪୨ଟି ମଣ୍ଡିରୁ ଧାନ ସଂଗ୍ରହ କରାଯିବ । ନୂତନ ଭାବେ ଡମ୍ବସରା ଓ ଜଗନ୍ନାଥପୁର ଠାରେ ଦୁଇଟି ମଣ୍ଡି ଖୋଲିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଚଳିତ ଖରିଫ ଋତୁରେ ୮୮୭୪୬.୨୬୮ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଥିବା ବେଳେ ୫୯୪୬୦ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି । ସେହିପରି ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି ବେଳେ କୈାଣସି ଅସୁବିଧାର ସମ୍ମୁଖୀନ ହେଲେ ୯୪୩୮୨୦୦୦୫୭ କଂଟ୍ରୋଲ ରୁମ ନମ୍ବରକୁ ଅବଗତ କରାଇବା ପାଇଁ କୁହାଯାଇଛି ।

ତେବେ ଏହି ବୈଠକରେ ଉପସ୍ଥିତ ଥିବା ଚାଷୀମାନଙ୍କ ମଧ୍ୟରେ ମଣ୍ଡି ପରିଚାଳନା ଓ ଚାଷୀଙ୍କ ନିମନ୍ତେ ଥିବା ବ୍ୟବସ୍ଥାକୁ ଅଣଦେଖା କରାଯାଉଥିବା ଭଳି ଅଭିଯୋଗଗୁଡିକ ଶୁଣିବାକୁ ମିଳିଥିଲା । ସୂତା ବ୍ୟାଗର ଅଭାବ ହେତୁ ମଣ୍ଡିକୁ ଚାଷୀ ପଲିଥିନ୍ ବ୍ୟାଗ ମାଧ୍ୟମରେ ଧାନ ଆଣୁଥିବା ବେଳେ ସରକାରଙ୍କ ନିୟମପ୍ରକାରେ ତାଙ୍କୁ ମାଗଣା ସୂତାବ୍ୟାଗ ତଥା ଏହା ବାବଦକୁ ଟଙ୍କା ଦେବାର ନିୟମ ଥିଲେ ମଧ୍ୟ ଆଜି ଯାଏଁ ଏହାକୁ ପାଳନ କରାଯାଉ ନ ଥିବାରୁ ଚାଷୀମାନେ ଆଣୁଥିବା ଧାନ ବର୍ଷା,ଶୀତ କାକରରେ ରହୁଥିବାରୁ ପଲିଥିନ୍ ବ୍ୟାଗରେ ଥିବା ଧାନଗୁଡିକ ଗ୍ରେଡ ଏ’ ପରିବର୍ତେ ସାଧାରଣ ଧାନରେ ପରିଣତ ହେଉଯାଉଛି । ତେଣୁ ଯଥାଶୀଘ୍ର ଚାଷୀଙ୍କୁ ସୂତା ବ୍ୟାଗ ପ୍ରଦାନ ପାଇଁ ଚାଷୀମାନେ ଜିଲ୍ଳାପାଳଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ମଧ୍ୟ ଜିଲ୍ଳାପାଳ ସେମାନଙ୍କ କଥାକୁ କର୍ଣ୍ଡପାତ କରି ନ ଥିବା ଅଭିଯୋଗ ହୋଇଛି । ଆରଏମସି ୟାର୍ଡ ତଥା ମଣ୍ଡିଗୁଡିକରେ ଚାଷୀଙ୍କ ପାଇଁ ଉଚିତ୍ ବ୍ୟବସ୍ଥା ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଜିଲ୍ଳାପାଳ ରାୟଗଡା ଓ ଗୁଣପୁର ଉପଖଣ୍ଡ ଆରଏମସି ୟାର୍ଡ ସହ ଧାନମଣ୍ଡି ଗୁଡିକରେ ଶୈାଚାଳୟ ବ୍ୟବସ୍ଥା,ପାନୀୟ ଜଳ , ବସିବା, ଆଲୋକୀକରଣ, ଟାରପିଲିନ୍ ଯୋଗାଇବା ଆଦି ବ୍ୟବସ୍ଥା ସହ ପ୍ରତିମଣ୍ଡିରେ ୨ଜଣ ଲେଖାଁଏ କର୍ମଚାରୀଙ୍କୁ ନିୟୋଜିତ କରାଇବା ପାଇଁ ଆରଏମସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗତ ୬୦ବର୍ଷ ତଳେ ହୋଇଥିବା ସର୍ଭେ ଆଧାରରେ ଏବେ ମଧ୍ୟ ଚାଷ ଜମିଗୁଡିକୁ ପୁରୁଣା ଢାଂଚାରେ ତଥ୍ୟ ରଖାଯାଇଥିବା ବେଳେ ଅନେକ ଚାଷୀ ନିଜ ଚାଷ ଜମିରେ ଚାଷ କରୁଥିଲେ ମଧ୍ୟ ତାହା ସେଟେଲାଇଟ ସର୍ଭେରେ ସାମିଲ ହୋଇ ପାରୁ ନ ଥିବାରୁ ଅନେକ ଚାଷୀ ନିଜ ଅମଳ ଧାନ ବିକ୍ରି ନ କରି ପାରି ତଥା ଉପଯୁକ୍ତ ସମୟରେ ଟୋକେନ ନ ପାଇ ଅଧିକ କ୍ଷତି ସହୁଛନ୍ତି ବୋଲି ଚାଷୀ ପ୍ରତିନିଧି ଅଭିଯୋଗ କରିଥିଲେ । ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ପିଡି ଡିଆରଡିଏ ରବି ନାରାୟଣ ତ୍ରିପାଠୀ,ଉପଜିଲ୍ଳାପାଳ ଭୀମଶେନ ଶବର,ଜିଲ୍ଳା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ସମେତ ବିଧାୟକ, ସାଂସଦଙ୍କ ପ୍ରତିନିଧି,ମିଲର୍ସ ଓ ହାତଗଣତି ଚାଷୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.