ଭବାନୀପାଟଣାରେ ଶ୍ରୀ ସତ୍ୟସାଇ ଜନ୍ମୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ଯୁଗାବତାର ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ପବିତ୍ର ଜନ୍ମୋତ୍ସବ ସ୍ଥାନୀୟ ଘୋଡାଘାଟ ଛକ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ତରଫରୁ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପ୍ରାତଃ ୪.୩୦ ମି. ସମୟରେ ନଗର ସଂକୀର୍ତ୍ତନ, ପବିତ୍ର ପ୍ରଶାନ୍ତି ପତାକା ଉତ୍ତୋଳନ, ଆଧ୍ୟାତ୍ମିକ ଶୋଭାଯାତ୍ରାରେ ସହର ପରିକ୍ରମା, ନାରାୟଣ ସେବା ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ପ୍ରସାଦ ସେବନ ନିମନ୍ତେ ଶହ ଶହ ଭକ୍ତମାନଙ୍କ ସମାଗମ ହୋଇଥିଲା। ସନ୍ଧ୍ୟା ସମୟରେ ସାମୂହିକ ଦୀପଦାନ, ବେଦ ପଠନ, ସାମୂହିକ ଭଜନ, ସତସଙ୍ଗ, ବାବାଙ୍କ ଦିବ୍ୟ ସମ୍ଭାଷଣ, ଝୁଲଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମଙ୍ଗଳ ଆଳତୀ ନିମନ୍ତେ ଶ୍ରଦ୍ଧାଳୁଙ୍କର ଭିଡ ସମଗ୍ର ସହରରେ ଏକ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଶ୍ରୀ ସତ୍ୟସାଇ ସେବା ସଂଗଠନ, ଭବାନୀପାଟଣା ସମିତିର ଆବାହକଙ୍କ ନେତୃତ୍ଵରେ ସମସ୍ତ ସକ୍ରିୟ ସଦସ୍ୟ, ସେବାଦଳ ଭାଇ ଭଉଣୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସାମୂହିକ ପ୍ରୟାସ ଏବଂ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଭକ୍ତିଭାବନାରେ ସଫଳତାର ସହ ସମାପନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.