ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା


ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ ଯାଉଛୁ ଯାହା ବିଜିନେସ ଟାଇକୁଣ୍ଡ ଆନନ୍ଦ ମହିନ୍ଦ୍ରାଙ୍କ ମନକୁ ଛୁଇଁଯାଇଛି ।

ପ୍ରକୃତରେ ଦୃଶ୍ୟଟି ପ୍ରଶଂସାଯୋଗ୍ୟ ।  ଆୟୋଜକ କତାର ଇକ୍ଯୁଏଡର ବିପକ୍ଷରେ ଖେଳିଥିଲା । ଏହାର ଓପନିଙ୍ଗ ମ୍ଯାଚ ଅଲ୍ ବାଇଟ୍ ଷ୍ଚାଡିୟମରେ ଖେଳା ଯାଇଥିଲା । ଏହି ମ୍ଯାଚର ଓପନିଙ୍ଗ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟିରେ ଜାପାନି ଦର୍ଶକମାନେ ଖେଳ ଶେଷ ହେବା ପରେ ଷ୍ଚାଡିୟମ ସଫା କରୁଥିବା ଦେଖିବାକୁ ମିଳିଥିଲା । ଷ୍ଟାଡିୟମରେ ପଡିଥିବା ଆବର୍ଜନାକୁ କାଢି ଏହାକୁ ପରିଷ୍କାର କରୁଛନ୍ତି । ଏହି ଭିଡିଓକୁ ଆନନ୍ଦ ମହିନ୍ଦ୍ରା ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଲେଖିଛନ୍ତି- ଜାପାନୀ ଦର୍ଶକଙ୍କ କହିବା ଅନୁଯାୟୀ ସେମାନେ ଏହିକାମ କ୍ଯାମେରା ପାଇଁ କରିନାହାନ୍ତି । ହେଲେ ମୁଁ ଖୁସି, କ୍ଯାମେରା ସେମାନଙ୍କୁ ଦେଖିଛି । ଯାହାକି ସ୍ବାଗତ ଯୋଗ୍ଯ ଅଟେ।’

ଜଣେ ବହାରିନ କଣ୍ଟେଣ୍ଟ କ୍ରିଏଟର ଓମାର ଫାରୁକ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ  ।   ମ୍ୟାଚ ପରେ ଷ୍ଚାଡିୟମ କିପରି ଜରି, ପ୍ଲାଷ୍ଟିକ୍ , ବୋତଲ ଆଦି ଆବର୍ଜନାରେ ପ୍ବର୍ଣ୍ଣ ଥିଲା ଏବଂ ଜାପାନୀ ଦର୍ଶକମାନେ ଷ୍ଚାଡିୟମ ସଫା କରୁଥିଲେ ତାହା ଥିଲା ଭିଡିଓର ଦୃଶ୍ୟ  ।
ତେବେ ଜଣେ ଜାପାନୀ ମହିଳାଙ୍କ କହିବା ଅନୁଯାୟୀ ‘ଆମେ କେବେ ଅଳିଅା ଛାଡି ନାହୁଁ , ଜାପାନୀମାନେ କେବେ ଅଳିଆ ଛାଡନ୍ତି ନାହିଁ । ଆମେ ମାନେ ସ୍ଥାନକୁ ସମ୍ମାନ ଦେଇଥାଉ । ଯାହା ବି ହେଉ, ଏହାର ଓରିଜିନାଲ ଭିଡିଓଟିକୁ ୯ ମିଲିୟନରୁ ଅଧିକ ଦର୍ଶକ ଦେଖିଥିବା ବେଳେ ୬୭ ବର୍ଷୀୟ ବ୍ଯବସାୟୀ ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଭିଡିଓକୁ ୨ ଲକ୍ଷ ଦର୍ଶକ ଦେଖିଲେଣି ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.