ଖରିଫ ଧାନ ପାଇଁ ଡାଲଗୁମା ଧାନ ମଣ୍ଡି ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ସମବାୟ ସମିତି ଅଧୀନରେ ଥିବା ଡାଲଗୁମା ପଞ୍ଚାୟତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଖରିଫ ଧାନ ପାଇଁ ମଣ୍ଡି ଉଦଘାଟିତ ହୋଇଛି । ମାଁ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଆନୁକୂଲ୍ୟରେ ଧାନ କ୍ରୟ ହେଉଥିବା ଏହି ମଣ୍ଡିକୁ ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ ଓ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଅବସରରେ ବଜାର କମିଟି ପ୍ରାଙ୍ଗଣରେ ଡାଲଗୁମା, ଚିତାମୁଣ୍ଡା, ଛିଲିପାମାଲ ଓ ଗହନାମୁଣ୍ଡାର ଚାଷୀ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ ସମସ୍ତ ଚାଷୀ ସୁରୁଖୁରୁରେ କେମିତି ଧାନ ବିକ୍ରି କରି ପାରିବେ, କଟନୀ ଓ ଧାନ ଉଠାଣ ପାଇଁ ଯେମିତି ଅସୁବିଧା ନହେବ ସେଥିପ୍ରତି ଧାନ କ୍ରୟ କରୁଥିବା ସଂସ୍ଥା କୁ ଉପସ୍ଥିତ ଚାଷୀ ଓ ଜନପ୍ରତିନିଧି ମାନେ ଅନୁରୋଧ କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ସରସ୍ଵତୀ ଧରୁଆ, ସମ୍ପାଦିକା ଯୁଗମନି ଧରୁଆ,ୱାର୍ଡ ସଭ୍ୟ ଦିଗାମ୍ବର ବେମାଲ, ଧନମଣି କଟା, ପ୍ରବିର କୁମାର ପଣ୍ଡା, ପ୍ରଦୀପ କଟା, ଶ୍ରୀଧର ମାଝୀ, ଜୟରାମ ନାଗ, କ୍ଷୀରୋଦ କୁମାର ଲହଜଲ, ସୁରେଶ ନାଗ, ଭକ୍ତି ପୋଡ ସମେତ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟ ଓ ମଣ୍ଡି ଅଧୀନରେ ଆସୁଥିବା ସମସ୍ତ ଗ୍ରାମର ଶତାଧିକ ଚାଷୀ ଓ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.