ଅବ୍ୟବସ୍ଥା ଘେରରେ ଚିତାମୁଣ୍ଡା ଉଚ୍ଚ ବିଦ୍ୟାଳୟ: ପଲିଥିନ ତଳେ ରନ୍ଧା ଚାଲିଛି ମଧ୍ୟାହ୍ନ ଭୋଜନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଡାଲଗୁମା ପଞ୍ଚାୟତର ଚିତାମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ୟା ଭିତରେ ଗତି କରୁଛି। ଶ୍ରେଣୀ ଗୃହ, ଶିକ୍ଷକ ଅଭାବ ସାଙ୍ଗକୁ ରୋଷେଇ ଗୃହ ନଥିବାରୁ ପଲିଥିନ ତଳେ ମଧ୍ୟାହ୍ନ ଭୋଜନ ରନ୍ଧା ଚାଲିଛି। ଅନେକ ଦିନରୁ ଦୁର୍ବଳ ଅବସ୍ଥାରେ ଥିବା ଏହି ବିଦ୍ୟାଳୟର ରୋଷେଇ ଗୃହ ଗତ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି। ଫଳରେ ଦିର୍ଘ ଦିନରୁ ମଧ୍ୟାହ୍ନ ଭୋଜନ ରୋଷେଇ କାର୍ଯ୍ୟ ପଲିଥିନ ତଲେ ଚାଲି ଆସୁଛି। ଯାହା ଫଲରେ ରୋଷେଇ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବିଦ୍ୟାଳୟର ପାଚିକା ମାନେ ପ୍ରକାଶ କରିଛନ୍ତି। ତେବେ ଶ୍ରେଣୀ କୋଠରୀ ଓ ରୋଷେଇ ଗୃହ ନିର୍ମାଣ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଭିଯୋଗ ଶୁଣାଣୀ ଶିବିର ରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ଲାଭ ହୋଇ ନଥିବା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଚନ୍ଦ୍ରମଣି ପୁଞ୍ଜି ପ୍ରକାଶ କରିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରାଥମିକରେ ୮୩ ଜଣ ଓ ଉଚ୍ଚ ପ୍ରାଥମିକରେ ୯୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସମୁଦାୟ ୧୮୦ ଜଣ ଛାତ୍ରଛାତ୍ରୀ ମଧ୍ୟରେ ଛାତ୍ର ୭୯ ଓ ଛାତ୍ରୀ ୧୦୧ ଜଣ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତି ସୂଚନା ଦେଇଛନ୍ତି। ରୋଷେଇ ଗୃହ ଭଲି ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ପାଠପଢୁଥିବା ବେଳେ ଅନ୍ୟ ୬ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀମାନେ ଦୁଇଟି ଶ୍ରେଣୀ କୋଠରୀ ରେ ଅଧ୍ୟୟନ କରିଆସୁଛନ୍ତି। ଯାହା ଫଲରେ ଗୋଟିଏ ଶ୍ରେଣୀ କୋଠରୀ ରେ ୩ ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀମାନେ ବସି ପାଠ ପଢୁଛନ୍ତି। ତେଣୁ ଶିକ୍ଷା ଦାନ ସଠିକ ଭାବେ ହୋଇ ପାରୁ ନଥିବା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ରେ ଜଣେ ପ୍ରଧାନ ଶିକ୍ଷକ ସହ ୪ଜଣ ଶିକ୍ଷକ ରହିଛନ୍ତି। ତେବେ ସେହି ଶିକ୍ଷକ ମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ସିଆ଼ରସିସି ହୋଇ ଥିବାରୁ ବିଭିନ୍ନ ସମୟରେ ଅନେକ କାର୍ଯ୍ୟ ପାଇଁ ଯାଇଥାନ୍ତି । ପ୍ରଧାନ ଶିକ୍ଷକ ଅଫିସ୍ କର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ରେ ୮ ଟି ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଦାନ ଚାଲିଛି । ଏଭଳି ଅନେକ ସମସ୍ୟା ଭିତରେ ବିଦ୍ୟାଳୟ ଗତି କରୁଛି। ତେଣୁ ଆବଶ୍ୟକ ହିସାବରେ ଶିକ୍ଷକ ଯୋଗେଇ ଦେବା ସହ ଶ୍ରେଣୀ କୋଠରୀ ଓ ରୋଷେଇ ଗୃହ ପାଇଁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗଙ୍କୁ ପଚାରିବାରୁ ଶିକ୍ଷକ ଅଭାବ ରହିଛି, ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ, ତାଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ପଚାରିବାରୁ ଜିଆଇଏ ଗ୍ରାଣ୍ଡ ରୁ ଶ୍ରେଣୀ କୋଠରୀ ଓ ମନରେଗା ଯୋଜନାରେ ଆସନ୍ତା ୧୫ ଦିନ ମଧ୍ୟରେ ରୋଷେଇ ଗୃହ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.