ପଞ୍ଜିକୃତ ହେବା ପୂର୍ବରୁ ଅଭିଯୋଗକାରୀଙ୍କୁ ଘର ବାହୁଡେଇ ଦେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ !

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାର, ପ୍ରଶାସନ ଓ ଜନସାଧାରଣଙ୍କ ବିଶ୍ୱସନୀୟତାର ଆଧାର ସାଜିଛି ଅଭିଯୋଗ ଶୁଣାଣୀ ଶିବିର। ସାଧାରଣ ଲୋକ ଦୁଆର ମୁହଁର  ପ୍ରଶାସନକୁ ତା’ର ଅଭିଯୋଗ କରି ପାରୁଥିବାରୁ ମିଳିତ ଜନ ଶୁଣାଣୀ ଶିବିର ଜନତାଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ସାଜିଛି। କିନ୍ତୁ କେତେକ ସ୍ଥାନରେ ସରକାରୀ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସରକାରଙ୍କ ଏହି ଉତ୍ତମ କାର୍ଯ୍ୟକ୍ରମ ଦିଶା ପରିବର୍ତ୍ତନ କରୁଥିବା ଦେଖାଯାଇଛି। ଏପରି ଏକ ଖବର ଆସି ପହଞ୍ଚିଛି କୋକସରା ବ୍ଲକ କାଶିବାହାଲ ପଞ୍ଚାୟତରୁ। ଅଭିଯୋଗକାରୀ ମାନେ ବିଭାଗୀୟ ଅଧିକାରୀଙ୍କ ସାମ୍ନାକୁ ଯିବା ପୂର୍ବରୁ ଗ୍ରାମପଞ୍ଚାୟତ ସ୍ତରରେ ଥିବା କର୍ମଚାରୀ ସେମାନଙ୍କୁ ଅଟକାଇ ଦୁଆର ମୁହଁରୁ ଫେରେଇ ଦେଇଥିବା ଅଭିଯୋଗ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ ଆଜି କୋକସରା ବ୍ଲକର କାଶିବାହାଲ ଗ୍ରାମପଞ୍ଚାୟତ ଠାରେ ଅଭିଯୋଗ ଓ ଜନଶୁଣାଣୀ ଶିବିର ଚାଲିଥିଲା। ସରପଞ୍ଚ ପୁଷ୍ପାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ ବାଗ, ତହସିଲଦାର ଦେବବ୍ରତ କରାଟେ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, କୃଷି ଅଧିକାରୀ ହେମାନନ୍ଦ ମାଝୀ, ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଉଦ୍ୟାନ ବିଭାଗର ବି ବାସନ୍ତୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶିବିର ଆରମ୍ଭରୁ କିଛି ଆବେଦନକାରୀ ବିଭାଗୀୟ ଅଧିକାରୀଙ୍କୁ ନିଜ ସମସ୍ୟା ଜଣେଇଥିଲେ। କିନ୍ତୁ କିଛି ସମୟପରେ ଶିବିରକୁ ଆସିଥିବା ଶହ ଶହ ଆବେଦନକାରୀଙ୍କୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେଦ ନାଗ, ଗ୍ରାମ ରୋଜଗାର ସେବକ ବଜିନ୍ଦ୍ର ପୁଞ୍ଜି ଓ ଯୋଗାଣ ସହାୟକ କୈଳାଶ ସତନାମୀ ସେମାନଙ୍କ ଆବେଦନ ପତ୍ର ଗ୍ରହଣ କରି ପଞ୍ଜିକୃତ ନକରି ଦୁଇ ଦିନ ପରେ ଆପଣଙ୍କୁ ଘର ଘରକୁ ଯାଇ ଚିଠା ପ୍ରଦାନ କରାଯିବ ଓ ସମାଧାନ ହୋଇଯିବ ବୋଲି ଘଉଡ଼ାଇ ଦେଇଥିବା ଅଭିଯୋଗ ହେଉଛି। ଫଳରେ ଶିବିରକୁ ଆସିଥିବା ବହୁ ଗୁରୁତ୍ବପୂର୍ଣ୍ଣ ଅଭିଯୋଗକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଓ ପଞ୍ଚାୟତ କର୍ମଚାରୀ ମାନେ ଚପେଇ ଦେବାର ଆଶଙ୍କା ଉପୁଜିଛି। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲୋକଙ୍କ ସମସ୍ୟା ଓ ବିଭିନ୍ନ ଅଭିଯୋଗକୁ ପଞ୍ଚାୟତ ସ୍ତରରେ ସମାଧାନ କରିବା ପ୍ରୟାସ, ଏଭଳି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅବହେଲା ପାଇଁ ବିପରୀତ ଦିଗକୁ ଗତି କରୁଥିବା ସାଧାରଣରେ ଆଲୋଚନା ହେଉଛି। ଏପଟେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଫେଦ ନାଗଙ୍କୁ ପଚାରିବାରୁ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ପଞ୍ଜିକୃତ ହେବାପରେ ଚିଠା ଗୁଡିକ ଆବେଦନ କାରୀଙ୍କ ଘର ଘରକୁ ପଠାଇ ଦିଆଯିବ ବୋଲି କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେଉଁ ସମସ୍ୟାର ସମାଧାନ ତତକ୍ଷଣାତ୍ ସମାଧାନ ହେବାର ଥିଲା ତାହା ମଧ୍ୟ ଫାଇଲ ତଲେ ଚାପି ହୋଇ ରହିଗଲା। ଏମିତି କାହିଁକି ହେଲା?

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.