ଫ୍ଲାଇଟରେ ମିଳିବ 5G ସେବା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରୁ କରି ପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖି ପାରିବେ ଅନଲାଇନ୍ ଭିଡିଓ । ଖୁବଶୀଘ୍ର ବିମାନ ଯାତ୍ରା ବେଳେ ମିଳିପାରେ ୫ଜି ସେବା । ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ହିଁ ଦେଶର ଅନ୍ୟ ସହରରେ ଉପଲବ୍ଧ ହେବ । ୪ଜି ତୁଳନାରେ ଅଧିକ ସ୍ପିଡ୍ ଥିବା ୫ଜି ଦ୍ୱାରା ଅନେକ ସୁବିଧା ମିଳିବ । ଏପରିକି ଲୋକେ ବିମାନ ଯାତ୍ରା ବେଳେ ଫୋନରେ କଥା ହୋଇ ପାରିବେ । ଏଥିପାଇଁ ୟୁରୋପିୟନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଯାହାଦ୍ୱାରା ୟୁରୋପିଆନ୍ ଏୟାରଲାଇନ୍ସରେ ଇନଫ୍ଲାଇଟ୍ ୫ଜି ସେବା ମିଳିବ । ଏଥିପାଇଁ କିଛି ସ୍ପେକ୍ଟ୍ରମ ଦିଆଯିବ । ୫ଜି ସହ ୪ଜି, ୩ଜି ସେବା ମଧ୍ୟ ବିମାନରେ ମିଳିବ । ଯାତ୍ରୀ ବିମାନରେ ବସିବା ପରେ ପିକୋ-ସେଲ୍ ବେସ ଷ୍ଟେସନ୍ ସହ ଯୋଡ଼ି ହେବେ । ଯାହାକି ଗ୍ରାଉଣ୍ଡ ନେଟୱର୍କକୁ ସାଟେଲାଇଟ୍ ସହ ସଂଯୋଗ କରିବ । ଆଉ ଏହା ଫଳରେ ଯାତ୍ରୀ, କଲ୍ସ ସହ ମେସେଜ୍ ଓ ଇଣ୍ଟରନେଟ୍ ବ୍ୟବହାର କରି ପାରିବେ । ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠୁ ଫ୍ଲାଇଟରେ ୫ଜି ମିଳିବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୂର୍ବରୁ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କୁ ମୋବାଇଲ୍ ଫ୍ଲାଇଟ୍ ମୋଡରେ ରଖିବାକୁ କୁହା ଯାଉଥିଲା । ବିଗତ କିଛି ବର୍ଷ ମଧ୍ୟରେ ଏଥିରେ କିଛିଟା ପରିବର୍ତ୍ତନ ଆସିଛି । ତେବେ ଇନଫ୍ଲାଇଟ୍ ୫ଜି ସେବା ପାଇଁ ନିରାପତ୍ତା ପ୍ରଭାବିତ ହେବ ନାହିଁ ବୋଲି କୁହାଯାଉଛି । କାରଣ କକପିଟରେ ଭିନ୍ନ ଫ୍ରିକ୍ୱେନ୍ସି ବ୍ୟବହାର କରାଯିବ । ଫୋନ୍ ପାଇଁ ୫ଜି ସ୍ପେକ୍ଟ୍ରମ୍ ଦିଆଯିବ । ଯେତେବେଳେ କି ବିମାନରେ କନେକ୍ଟିଭିଟି ୪.୨-୪.୪ ଜିଗାହର୍ଜ ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.