ବର୍ଷା ଯୋଗୁ ତୃତୀୟ ଦିନିକିଆ ବାତିଲ: ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଓଡ଼ିଆ ବାର୍ତ୍ତା/ କ୍ରାଇଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳା ଯାଇଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ନ୍ୟୁଜିଲାଣ୍ଡ ୧-୦ ଗୋଲରେ ସିରିଜ ବିଜୟୀ ହୋଇଛି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇ ଯାଇଥିଲା । ୱାଶିଂଟନ ସୁନ୍ଦର ୫୧ ଓ ଶ୍ରେୟାଶ ଆୟାର ୪୯ ରନର ଇନିଂସ ଖେଳିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୧୮ ଓଭରରେ ୧ ୱିକେଟ ହରାଇ ୧୦୪ ରନ କରିଥିବା ବେଳେ ବର୍ଷା ଯୋଗୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା ।ଡେଭନ କନୱେ ୩୮ ଓ କେନ ୱିଲିୟମସନ ଖାତା ନ ଖୋଲି ଅପରାଜିତ ରହିଥିଲେ । ଫିନ ଏଲେନ ୫୭ ରନ କରି ଉମରାନ ମଲିକଙ୍କ ବଲରେ ଆଉଟ ହୋଇଥିଲେ । ଆଉ ୨ ଓଭର ଖେଳାଯିବା ସମ୍ଭବପର ହୋଇଥିଲେ ନ୍ୟୁଜିଲାଣ୍ଡ ବିଜୟୀ ଘୋଷିତ ହୋଇଥାନ୍ତା । ଫଳାଫଳ ପାଇଁ ଅତି କମରେ ୨୦ ଓଭର ଖେଳାଯିବା ଜରୁରୀ ଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.