କଳାହାଣ୍ଡି ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପାୱାର ସଚିନ ପ୍ରକାଶ ଗୋଲାମୁଣ୍ଡା ଗସ୍ତ କରି ବ୍ଲକର ବିଭିନ୍ନ ବିଦ୍ୟାଳୟ ଠାରେ ଚାଲିଥିବା ଫାଇବ-ଟି କାର୍ଯ୍ୟ ବୁଲି ଦେଖିଥିଲେ। ତାଙ୍କର ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ପଟ୍ଟନାୟକ, ଚିତ୍ତରଞ୍ଜନ ଜେନା, ନିକୁଞ୍ଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସେ ଏହି ଗସ୍ତରେ ଗୋଲାମୁଣ୍ଡା ବ୍ଲକର କୁହୁରା, ଚପ୍ରିଆ ଓ ଧାମନପୁର ବିଦ୍ୟାଳୟରେ ଚାଲିଥିବା ଫାଇବ-ଟି କାମ ଗୁଡିକ କେମିତି ଶୀଘ୍ର ସରିବ ସେନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କମିଟି ସହିତ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.