ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ସମୟରେ ରାୟପୁର ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ଭବାନୀପାଟଣା ଖରିଆର ମୂଖ୍ୟ ରାସ୍ତା ଏନଏଚ ୧୬ କର୍ଲାପଡା ନିକଟ କର୍ଲାଗୁଡା ପାଷ୍ଟିପଡା ମଧ୍ୟରେ ଓଲଟିପିଡ଼ିଥିବା ଜଣାପଡିଛି । ଗ୍ୟାସ ଟ୍ୟାଙ୍କର ଓଲଟିପିଡ଼ିବାରୁ ଏଥିରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କିପରି ଗ୍ୟାସ ନିର୍ଗତକୁ ରୋକିହେବ ସେ ନେଇ କାର୍ଯ୍ୟ ଜାରିରହିଛି । ଅପରପକ୍ଷରେ ରାସ୍ତାର ଉଭୟ ପାର୍ଶ୍ଵରେ ପୋଲିସ ଜଗି ରହିଥିଛି । ଗ୍ୟାସ ନିର୍ଗତ ହେଉଥିବାରୁ ଯେପରି କୋଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାଁ ଲୋକଙ୍କ ସଚେତନ କରି ନିଆଁ ନଲାଗିବା ପାଇଁ କୁହାଯାଉଛି । ଅପରପକ୍ଷରେ ଏହି ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ସମ୍ପୂର୍ଣ ବନ୍ଦ କରି ଦିଆଯାଇଛି । ଗାଡିର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି ।