ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ, ବିବାହ ବେଦିରୁ ଫାଇନାଲ ମ୍ୟାଚ ଦେଖିବାକୁ ଧାଇଁଲେ

ଓଡ଼ିଆ ବାର୍ତ୍ତା/ ଥିରୁଅନନ୍ଦପୁରମ: କେରଳ ଲୋକମାନେ ଫୁଟବଲ ପ୍ରେମୀ । ସେମାନଙ୍କ ପାଗଳପନର ଭିନ୍ନ ଭିନ୍ନ ଅନ୍ଦାଜ ସୋସିଆଲ ମିଡିଆଳରେ ଦେଖିବାକୁ ମିଳିଥାଏ । ମେସି ଏଠିକା ଲୋକଙ୍କ ହୃଦୟ୍ରରେ ବସିଛନ୍ତି । କ୍ରିକେଟ ପ୍ରେମ ପାଇଁ ବି ଦକ୍ଷିଣ ଭାରତ  ଲୋକଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ କେରଳର ଏହି ନବଦମ୍ପତି ଯାହା କରିଛନ୍ତି ତାହା  ଏ ସବୁକୁ ଟପି ଯାଇଛି । କେରଳର ସଚିନ ଏବଂ ଆର ଅଥିରା ଦୁହେଁ  ଫୁଟବଲ ପ୍ରେମୀ । ବିବାହ ଦିନ ଏହି ଫୁଟବଲରୁ ହିଁ ତାଙ୍କର ଦାମ୍ପତ୍ୟ ଜୀବନର  ଯାତ୍ରା ଆରମ୍ଭ କରିବେ ବୋଲି ଭାବିଥିଲେ । ତେଣୁ ଫିଫା ୱାର୍ଲଡ କପ ଫାଇନାଲ ମ୍ୟାଚ ଦିନ ସେମାନଙ୍କର ବିବାହ ବି ହୋଇଥିଲା । ସେଥିପାଇଁ ସେମାନେ ନିଜ ପସନ୍ଦର ଖେଳାଳୀଙ୍କ ଜର୍ସି ପିନ୍ଧିଥିଲେ । ସେତିକି ନୁହେଁ, ଯେମିତି ବିବାହ ଶେଷ ହୋଇଛି, ଉଭୟେ ମ୍ୟାଚ ଦେଖିବାକୁ ଦୌଡି ପଳାଇ ଥିଲେ । ଏହି ନିଆାରା ଫୁଟବଲ ଲଭର୍ସଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଭାଇରାଲ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି, ବଧୂ ଏମ୍ବାପ୍ପେ ଏବଂ ବର ମେସିର ଜର୍ସି ପିନ୍ଧି ବିବାହ ମଣ୍ଡପରେ ବସିଛନ୍ତି । ଟୁଇଟରରେ ଏହି ଫଟୋ @amitabhk87  ଆକାଉଣ୍ଟରେ ସେୟାର କରାଯାଇଛି । ଏହାକୁ ହଜାର ହଜାର ଭ୍ୟୁଜ ମିଳିବା ସହ ମଜାଦାର କମେଣ୍ଟ ମଧ୍ୟ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.