ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦରରୁ ମୁଷାନାଳ ରାସ୍ତା ସୁଲିଆ ନିକଟରେ ଭାରସାମ୍ୟ ହରାଇ ଜଣେ ଯୁବକ ଖସି ପଡିବା ସହିତ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଭାବେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ସୁଲିଆ ନିକଟରେ ଜଣେ ଯୁବକ ବାଇକରୁ ଖସି ପଡି ଗୁରୁତର ଭାବେ ରାସ୍ତା କଡରେ ପଡିଥିବାବେଳେ ସେଇ ରାସ୍ତା ଦେଇ ଯାଉଥିବା ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ପ୍ରଥମେ ଆମ୍ବୁଲାନ୍ସ ଓ ପରେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ । ଏହାପରେ ପୁଲିସର ପିସିଆର୍ ଭ୍ୟାନ୍ ଆସି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ତେବେ ଡାକ୍ତରଖାନାରେ ଯୁବକଙ୍କ ଚିକିତ୍ସା ଚାଲିଥିବାବେଳେ ଖବର ଲେଖାଯିବା ସମୟ ସୁଦ୍ଧା ତାଙ୍କ ପରିଚୟ ମିଳି ପାରିନାହିଁ। ତେବେ ଜିଲ୍ଲାପରିଷଦ ସଦସ୍ୟଙ୍କ ଏପରି ମହତ କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟୁଛି।