ଚୟନ କମିଟି ଅଧ୍ୟକ୍ଷ ପାଇଁ ଆବେଦନ କଲେ ସଚିନ, ଧୋନୀ, ସେହ୍ୱାଗ ଓ ହକ !

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଚୟନକମିଟି ଚେତନ ଶର୍ମା ଏବଂ ଟିମକୁ ବରଖାସ୍ତ କରିଛି । ଏବେ ବିସିସିଆଇ ଚୟନ କମିଟି ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି । ଇତି ମଧ୍ୟରେ ୬୦୦ ଊର୍ଦ୍ଧ୍ୱ ଆବେଦନ ଏ ନେଇ କରି ସାରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ବୀରେନ୍ଦ୍ର ସେହ୍ୱାଗ ଓ ଇଞ୍ଜାମାମ ଉଲ ହକଙ୍କ ନାମ ରହିଛି । ପ୍ରଥମେ ବିସିସିଆଇ ଅଧିକାରୀ ଏହି ଆବେଦନ ନେଇ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ତଦନ୍ତ ପରେ ଜଣାପଡିଥିଲା ସ୍ପାମ ମେଲ ମାଧ୍ୟମରେ ଏହା ସବୁ ନକଲି ମେଲ ଆଡ୍ରେସ ମାଧ୍ୟମରେ ଆବେଦନ କରାଯାଇଛି । ଭଲ ଭାବରେ ଯାଂଚ କରାଯିବା ପରେ ୧୦ଜଣଙ୍କ ନାମ ଶର୍ଟଲିଷ୍ଟ କରାଯିବ । ଏହା ପରେ ୫ଜଣଙ୍କ ନାମ ଘୋଷଣା କରାଯିବ । ବିସିସିଆଇ ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ କରିବାକୁ ଚାହୁଁଛି । ଟି୨୦ ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.