ମାଁ ହୀରାନିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତିନି ଦିନିଆ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିଡ଼ା ଉତ୍ସବରେ  ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗନେଇ କ୍ରିଡ଼ା ଏବଂ ସାଂସ୍କୃତିକ ନୃତ୍ୟର ଦକ୍ଷତା ପ୍ରଦର୍ଶନ କରିଥିଲେ । ମାଁ ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ କୁମାର ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଜାପନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ  ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ରଘୁବୀର ନାଗ, ବଳରାମ ବେହେରା, କୃଷ୍ଣଚନ୍ଦ୍ର ଘଡେ଼ଇ, ପ୍ରଫେସର ତଥା ଅଧ୍ୟାପକ ଜଗତ ନାୟକ, ସଞ୍ଜୟ ସିଂ, ଭୁବନ ସାହୁ,ସରତ ମହାପାତ୍ର ଚିତ୍ତରଞ୍ଜନ ବାରିକ, ପିଡ଼ବ୍ଲୁମିଡିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ବି.ତିରୁପତି ପାତ୍ର ଯୋଗ ଦେଇଥିଲେ।
ଏଥିରେ  କିଶୋର କୁମାର ଘଡ଼େଇ ଓ ମଧୁସ୍ମିତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.