ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳା,ସଂସ୍କୃତି ଓ ପରମ୍ପରାରେ ଭରପୁର କଳାହାଣ୍ଡି ଜିଲ୍ଲା । ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯାଇଥାଏ । ତେବେ ବିଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ କଳାହାଣ୍ଡି ଉତ୍ସବରେ ହେଉଥିବା କଳା, ସଂସ୍କୃତି ମଧ୍ୟ ବାଦ୍ ପଡ଼ିଥିଲା। ତେବେ ଆଜି ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତରୁ ଏହି କଳାହାଣ୍ଡି ଉତ୍ସବର ଶୁଭ ଉଦଘାଟନ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶୁସାନ୍ତ ଚୋପଦାର, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ସ୍ଥାନୀୟ ସରପଞ୍ଚ ଦଶମୀ ମାଝୀ, ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ପଞ୍ଚାୟତ ନୀର୍ବାହି ଅଧିକାରୀ ଆଲେଖ ବିଶିଷ୍ଟ, ଯନ୍ତ୍ରୀ ଗୋଲକ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ର ନୂତନ ଲୋଗୋ ମଧ୍ୟ ଉନ୍ମୋଚନ ହୋଇଯାଇଛି । ତେବେ ଚଳିତ ବର୍ଷ ଓଡିଶା ରାଜ୍ଯ ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଥିବାରୁ ହକିକୁ ମଧ୍ଯ ଏହି ଲୋଗୋରେ ସ୍ଥାନିତ କରାଯାଇଛି ।