ମୋଟେରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ମୋଟେର ଗୋଳେଇଛକ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ ହୋଇଛି। ଗ୍ରାମ୍ୟ ଇଷ୍ଟ ଦେବୀ ମା ମୋଟ୍ରାଣୀଙ୍କ ପୀଠରୁ ବିରାଟ ପଟୁଆରରେ ଏକ ମଶାଲ ଯାତ୍ରା ବାହାରି ଗୋଳେଇଛକ ଉତ୍ସବ ମଣ୍ଡପରେ ସ୍ଥାପିତ ହୋଇଥିଲା। ସରପଞ୍ଚ ବାସନ୍ତୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ମୋଟେର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଲ୍ଲ ଓ ସମ୍ମାନିତ ଅଥିତି ଭାବେ ସମିତିସଭ୍ୟା ଉଆଁସୀ ପାନ, ନାଏବ ସରପଞ୍ଚ ପଲ୍ଲବୀ ପାଳ, ୱାର୍ଡ ସଭ୍ୟ ସୁଶାନ୍ତ ବେହେରା, ବିଶେଶ୍ୱର ବନ୍ଦୀଛୋଡ, ସମାଜସେବୀ ମୋହନ ନାଏକ, ପରମେଶ୍ୱର ପାଳ, ଗୋବିନ୍ଦ ପାନ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୋଟେର ପଞ୍ଚାୟତର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସିଂ, ମୋଟେର ନୋଡାଲ ସ୍କୁଲ ଶିକ୍ଷୟିତ୍ରୀ ବନଜିନୀ ଭରଦ୍ୱାଜ, ଖୁଟୁଲୁଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାଳମଣୀ ବାଗ ବିଚାରକ ଭାବେ କାର୍ଯ୍ୟ ତୁଲେଇଥିଲେ।ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖରସେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତଥା ଭାଷ୍ୟକାର ମନମୋହନ ଦାସ ପରିଚାଳନା କରିଥିଲେ । ପଞ୍ଚାୟତ ସମସ୍ତ କର୍ମକର୍ତା ଓ ଜନପ୍ରତିନିଧି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବା ବେଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ଦର୍ଶକମାନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ମନମୋହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.