ଶନିବାରଠାରୁ ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ଶ୍ରୀରାମଲୀଳା ନାଟକ ମହୋତ୍ସବ

କଳାହାଣ୍ଡି,୧୯/୪ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୫ଦିନ ବ୍ୟାପୀ ମହାସମାରୋହରେ ହେବାକୁଥିବା ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ, ମ.ରାମପୁରର ଶ୍ରୀରାମଲୀଳା ନାଟକ ମହୋତ୍ସବ ଶନିବାରଠାରୁ ବୁଧବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚନା ଓ ବଳିଷ୍ଠ ନିର୍ଦ୍ଦେଶନା ତଥା ଅନୁଷ୍ଠାନର ସଭାପତି ଜୀବେଶ କୁମାର ପଣ୍ଡାଙ୍କ ବ୍ୟବସ୍ଥାପନାରେ

ପ୍ରଥମ ରଜନୀରେ ଆଦ୍ୟକାଣ୍ଡ, ଦ୍ୱିତୀୟ ରଜନୀ ଅଯୋଧ୍ୟାକାଣ୍ଡ,ତୃତୀୟ ରଜନୀ ଆରଣ୍ୟକ କାଣ୍ଡ, ଚତୁର୍ଥ ରଜନୀ କିସ୍କିନ୍ଧ୍ୟାକାଣ୍ଡ ଓ ସୁନ୍ଦରକାଣ୍ଡ, ଶେଷ ରଜନୀରେ ଲଙ୍କାକାଣ୍ଡ

ସହ ଏହି ନାଟକ ମହୋତ୍ସବ ଉଦଯାପିତ ହେବ । ତେବେ ଗତ କିଛି ବର୍ଷ ହେଲା ଏହି ଅନୁଷ୍ଠାନ ଅତ୍ୟାଧୁନିକ ସାଜସଜ୍ଜା, ବେଶ ପରିପାଟୀ, ବାଦ୍ୟଯନ୍ତ୍ର ସାଙ୍ଗକୁ ପ୍ରତିଷ୍ଠିତ କଳାକାରଙ୍କ ଉଚ୍ଚସ୍ତରୀୟ ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ରାମଲୀଳାରେ ମୁଖ୍ୟ ଭୂମିକାରେ ରାମ : ପ୍ରଦୀପ ସିଂହ, ଲକ୍ଷ୍ମଣ : ବିକାଶ ଆଚାର୍ଯ୍ୟ, ସୀତା : ପ୍ରଶାନ୍ତ ମହାରଣା, ରାବଣ : ସାଇପ୍ରସାଦ ମହାରଣା (ବଡ଼)ଙ୍କ ସମେତ ଅନ୍ୟ ସମସ୍ତ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧିରଖେ । ଏହି ମହୋତ୍ସବ ଦେଖିବାକୁ ପଡ଼ୋଶୀ ଜିଲ୍ଲା କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧରୁ ମଧ୍ୟ ଦର୍ଶକଙ୍କ ସମାଗମ ହେବାର ଦେଖିବାକୁ ମିଳେ । ଚଳିତବର୍ଷ ମଧ୍ୟ ଏହି ନାଟକ ମହୋତ୍ସବରେ ବହୁଳ ଦର୍ଶକଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟodiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.