ଯେଉଁ ବଟନ ଦବାନ୍ତୁ, ପଦ୍ମରେ ପଡିଲା ଭୋଟ!

ବରଗଡ଼,୧୯/୪ : ଆପଣ ଯାହାବି ଚିପନ୍ତୁ ବା ଯେଉଁ ବଟନ ଦାବନ୍ତୁ, ଭିଭିପଟରେ କିନ୍ତୁ ଫୁଟିଲା ପଦ୍ମ । ଏଭଳି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସନ୍ତୋଷ ଦେଖା ଦେଇଥିଲା ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ । ଝାରବନ୍ଧ ବ୍ଲକ ଡଭା ଗ୍ରାମର ୧୬ ନମ୍ବର ବୁଥରେ  ଏଭଳି ଗଡ଼ବଡ଼ି ବିଷୟରେ ପ୍ରିଜାଇଡ଼ିଂ ଆଉ ପୋଲିଂ ଅଫିସରଙ୍କୁ ଜଣାଇବା ସତ୍ତ୍ୱେ ତାକୁ ଯାଞ୍ଚ କରିବା ପରିବର୍ତ୍ତେ ଭୋଟିଂ ଜାରି ରଖିଲେ । ଘଟଣାସ୍ଥଳରେ ଜଣେ ଅଭିଯୋଗକାରୀ ନିଜ ଜିଦରେ ଅଟଳ ରହି ଧାରଣାରେ ବସିବା ପରେ ଅଭିଯୋଗକୁ ଗୁରୁତ୍ୱ ଦେଇଥିଲେ ଅଧିକାରୀମାନେ । ଆଉ ଯାଞ୍ଚ କଲାବେଳକୁ ହାତ ଚିପିଲେ ପଦ୍ମ, ଶଙ୍ଖ ଚିପିଲେ ପଦ୍ମ । ବାଧ୍ୟ ହୋଇ ସେହି ବୁଥରେ ମତଦାନକୁ ବାତିଲ କରାଗଲା । ପ୍ରକାଶ ଥାଉକି ଏଭଳି ଗୋଟାଏ ଯନ୍ତ୍ର ଖରାପ, ନା ଆଉ କେଉଁଠି ବି ଏମିତି ଘଟିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.