ବରାଡଙ୍ଗା ଅଙ୍ଗନୱାଡି କର୍ମୀ ଚୟନରେ ଗଡବଡ ଆଶଙ୍କା: ବିଡିଓ, ସିଡିପିଓ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ ର କର୍ମୀ ଚୟନରେ ଗଡ଼ବଡ଼ ହେବା ଆଶଙ୍କା କରିଛନ୍ତି ଆଶାୟୀ ପ୍ରାର୍ଥୀନୀ ଓ ଗ୍ରାମବାସୀ। ଏନେଇ ବୁଧବାର ଗ୍ରାମବାସୀ ମାନେ ସମ୍ବନୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଧର୍ମଗଡ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୨୯/୧୨/୨୦୨୨ ତାରିଖରେ ବରାଡଙ୍ଗା କେନ୍ଦ୍ର-୧ ର ଅଙ୍ଗନୱାଡି କର୍ମୀ ଚୟନ ପାଇଁ ନିଯୁକ୍ତି ପ୍ରକାଶ ପାଇଥିଲା। ସେଥିରେ ଜଣେ ପ୍ରାର୍ଥୀନୀ ବରାଡଙ୍ଗା ଗ୍ରାମର ନୁହଁନ୍ତି, ତାଙ୍କୁ କେମିତି ଚୟନ ତାଲିକାରେ ଉଲ୍ଲେଖ କରାଯାଇଛି। ଜୈନିକା ପ୍ରାର୍ଥୀନୀ ଜଣକ ବରାଡଙ୍ଗା ଗ୍ରାମର ନୁହଁନ୍ତି, ସେ ଭଁଇରୀପାଲି ଗ୍ରାମର ବୋଲି ଗ୍ରାମବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଥିବା ଅଙ୍ଗନୱାଡି କର୍ମୀ ବରାଡଙ୍ଗା ଗ୍ରାମର କୈାଣସି ପ୍ରାର୍ଥୀନୀ ଏହି ପଦବି ଯେମିତି ନ ପାଇବେ ସେନେଇ ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ଆଣି ମାସେ ଦେଢ଼ମାସ ତଲେ ମନ୍ଦିରରେ ବିବାହ କରେଇଥିବା ଶୁଣିବାକୁ ପାଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଜଣେ ନାଗରିକ ଗୋଟିଏ ସ୍ଥାନରେ ୬ମାସ ବସବାସ କଲେ ହିଁ ତାଙ୍କ ର ସ୍ଥାୟୀ ବାସିନ୍ଦା ବିବେଚିତ ହେବାକଥା, କିନ୍ତୁ ମାସେ ଡେଢ ମାସ ଭିତରେ କେମିତି ସ୍ଥାନୀୟ ବାସିନ୍ଦା ପ୍ରମାଣପତ୍ର ହାସଲ କରାଯାଇଛି ତାଙ୍କୁ ନେଇ ଆଶାୟୀ ପ୍ରାର୍ଥୀନୀ ଓ ଗ୍ରାମବାସୀ ମାନଙ୍କ ମନରେ ସନ୍ଦେହ ଉପୁଜିଛି। ତେଣୁ ଅଙ୍ଗନୱାଡି କର୍ମୀ ଚୟନରେ ଗଡ଼ବଡ଼ ହେବା ଆଶଙ୍କା ରହିଥିବା ବେଳେ ଗାଁର ପ୍ରାର୍ଥୀନୀଙ୍କୁ ଅଗ୍ରାଧିକାର ଦିଆଯାଉ ବୋଲି ବୁଧବାର କୋକସରା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରୋଜା ଦେବୀ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ଓ ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ୱାର୍ଡ଼ସଭ୍ୟ ହେମନ୍ତ ସାହୁଙ୍କ ନେତୃତ୍ୱରେ ୱାର୍ଡ଼ ସଭ୍ୟା ସୁଲୋଚନା ଭଇଁଷାଲ, ଗ୍ରାମର ସିଦ୍ଧେଶ୍ବର ନାଏକ, ପୁଷ୍ପାଞ୍ଜଳି ବଞ୍ଜାରା, ସଙ୍ଗୀତା ଧରୁଆ, ଋତୁରାଜ ନାଏକ, ପୂର୍ବତନ ସରପଞ୍ଚ ଗୋକୁଳ ନାଏକ, ମୋହନ୍ ଭଇଁଷାଲ, ନରେନ୍ଦ୍ର ମାଝୀ, ବିଶ୍ଵ ରଞ୍ଜନ ନାଏକ, ମେନକା ବାଗ, ଜୟଲାଲ ବାଗ, ନକୁଲ ନାଗ, ନିର୍ଭୟ ଠାକୁର ତୁଲାରାମ ବାଗ ସମେତ ବହୁ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏବଂ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଗୁହାରି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଆଶାୟୀ ପ୍ରାର୍ଥୀନୀ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.