ଦୀର୍ଘ ବର୍ଷର ଆବେଦନ ପରେ ମଧ୍ୟ ମିଳୁନି ବସୁନ୍ଧରା ଓ ଆବାସ ଯୋଜନାର ସୁଫଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ ର ଗୋବିନ୍ଦ ପାଳିରେ ଦୀର୍ଘ କୋଡିଏ ବର୍ଷ ହେବ ପଚିଶରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ତେବେ ଏଠାରେ ବସବାସ କରୁଥିବା ସମସ୍ତ ପରିବାର ଭୂମିହୀନ ହୋଇଥିବା ବେଳେ ଗୋଟେ ଦୁଇଟା ପରିବାର ବସୁନ୍ଧରା ଯୋଜନାରେ ଘର ଡିହ ପାଇଛନ୍ତି। ତେବେ ଅନ୍ୟ ଭୂମିହୀନ ପରିବାର ଘର ଡିହ ପାଇଁ ଦୀର୍ଘ ବର୍ଷରୁ ବସୁନ୍ଧରା ଯୋଜନାରେ ସାମିଲ ପାଇଁ ଆବେଦନ କରିଆସୁଛନ୍ତି। ହେଲେ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ l ସମସ୍ତେ ଭୂମିହୀନ ହୋଇଥିବା ବେଳେ ଗୋଟିଏ ରୁ ଦୁଇଟି ପରିବାର ବସୁନ୍ଧରା ଯୋଜନାରେ ସାମିଲ ହୋଇଛନ୍ତି l ଅନ୍ୟ ହିତାଧିକାରୀଙ୍କୁ ଏଯାଏଁ ମିଳିନି ଜମି କି ଜମିପଟ୍ଟା ।କିଛି ହିତାଧିକାରୀଙ୍କ ନାମ ଆବାସ ଯୋଜନାରେ ସାମିଲ ହୋଇଥିବା ବେଳେ ତାଙ୍କ ପାଖରେ ଘର ତିଆରି କରିବା ପାଇଁ ଭୂମି ଖଣ୍ଡେ ନାହିଁ।କିଛି ଲୋକଙ୍କୁ ଦୀର୍ଘ ଦୁଇ ବର୍ଷ ତଳେ ଆବାସ ଯୋଜନାରେ ଘର ଯୋଗେଇ ଦେଇଥିଲେ ମଧ୍ୟ ଜମି ଅଭାବ ରୁ ଏ ଯାଏଁ ତିଆରି କରି ପାରୁନାହାନ୍ତି ଘର।ବର୍ତମାନ ମାଟିକୁଡ଼ିଆରେ ଜୀବନ ଯାପନ କରୁଥିବା ବେଳେ ଖରା ବର୍ଷା ଦିନରେ ଏମାନଙ୍କ କଥା କହିଲେ ନସରେ ।ବାରମ୍ବାର ବ୍ଲକ ପ୍ରଶାସନ, ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରିବା ପାଇଁ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ ।ତେବେ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଗୋବିନ୍ଦ ପାଳି ର ରେଖା ବାଗ, ହେମ ଖର୍ଶେଲ ବିଳାସିନୀ ଖର୍ଶେଲ , ମନ୍ଦାର ବାଗ,ଗୀତାଞ୍ଜଳି ଖର୍ଶେଲ, ପ୍ରେମସିଲା କାଣ୍ଡ,ପିଣ୍ଟି ବାଗ, ନମୀ ବନ୍ଦୀଛୋଡ, ସପୂର ପୁଞ୍ଜି, ପରକ୍ଷିତ ବାଗ, ଦେବକୀ ବନ୍ଦୀଛୋଡ, ସମେତ ପଚିଶ ପରିବାର ର ମହିଳା ମାନେ ବସୁନ୍ଧରା ଓ ଆବାସ ଯୋଜନା ରେ ସାମିଲ ପାଇଁ ଅଭିଯୋଗ କରିଥିଲେ l ଏନେଇ କୋକସରା ତହସିଲଦାର ଦେବବ୍ରତ କରାଟେ ଙ୍କୁ ପଚାରିବାରୁ ମୋଟେର ମୌଜା ରେ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଜାଗା ନାହିଁ, ସେମାନେ ଯଦି ଚାହିଁବେ ଅନ୍ୟ ମୌଜା ରେ ଯାଗା ଚିହ୍ନଟ କରି ଘର ଡିହ ପ୍ରଦାନ କରି ଥଇଥାନ କରାଯିବ ବୋଲି କହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.