ଆତ୍ମା ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କୃଷକ ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଆତ୍ମା, କୋକସରା ଆନୁକୁଲ୍ୟରେ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରିବା ସହ ସେ ଗୁଡିକର ସୁବିଧା ଓ ଲାଭ କିଭଳି ଉଠାଇ ପାରିବେ ସେ ନେଇ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଜାମେଶ୍ବରୀଆ ରାଓ, କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ଆତ୍ମା ଅଧ୍ୟକ୍ଷ ରୁତୁରାଜ ମାଝି, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୃଷକ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀ, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ନାଏକ, ଗୋଷ୍ଠୀ କୃଷି ଅଧିକାରୀ ହେମାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ପ୍ରଣାଳୀରେ ଚାଷ କରିବା ନେଇ ଚାଷୀଙ୍କୁ ସଚେତନ କରିବା ସହିତ କୃଷି ଯନ୍ତ୍ରପାତି ର ଅଗ୍ରୀମ ବୁକିଂ, କୃଷି ଉତ୍ପାଦନର ବଜାର ଏବଂ ବିକ୍ରି ବ୍ୟବସ୍ଥା, କୃଷି ଯନ୍ତ୍ରପାତି କ୍ରୟ ପାଇଁ ବ୍ୟକ୍ତିଗତ ଭାବେ ୪୦ ପ୍ରତିଶତ, ଏସଟି ଏସସି ଓ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ, ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ୭୫ ପ୍ରତିଶତ ରିହାତି ଥିବା କହିଥିଲେ। ଏହି ଅବସରରେ ବିଭିନ୍ନ ପଞ୍ଚାୟତର ୧୦ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୁ ସହାୟତା ନିମନ୍ତେ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପରେ ଟେମରା ଗ୍ରାମର ଚାଷୀ ଗୋଦାବରୀଶ ପାତ୍ର ଓ କେନ୍ଦୁଡଙ୍ଗରୀ ଗ୍ରାମର ଗୋକୁଳ ଯୋଷୀଙ୍କୁ ସଫଳ ଚାଷୀ ଭାବରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିପିଏଲ୍ ଆଶିଷ କୁମାର ପାଟିଲ ପରିଚାଳନା କରିଥିବାବେଳେ ଏଟିଏମ୍ ତପନ କୁମାର ବୈବର୍ତ୍ତ, ପ୍ରଦିପ କୁମାର ରଣା, ହିମାଂଶୁ ପ୍ରସାଦ ଦାସ, ଗ୍ରାମ୍ୟ କୃଷି କର୍ମଚାରୀ ଅଭିଷେକ ଠାକୁର, ଅଜିତ୍ ସାହୁ, ରଞ୍ଜନ କୁମାର ହଂସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ କୃଷକ ସାଥୀ, ଗ୍ରାମ୍ୟ କୃଷି କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ଉପସ୍ଥିତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.