ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜେପି ପକ୍ଷରୁ ଆବାସ ଯୋଜନାରେ ଅନିୟମିତତା ଓ ଅଯୋଗ୍ୟ ହିତାଧୀକାରୀ ଙ୍କୁ ତାଲିକାରୁ ବାଦ୍ ଦେବା ପାଇଁ ବୁଧବାର କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଆଗାମୀ ୭ ଦିନ ମଧ୍ୟରେ ସଠିକ୍ ଭାବରେ ହିତାଧିକାରୀ ତାଲିକା କୁ ପ୍ରକାଶିତ କରିବା ପାଇଁ ଦାବି କରିଛନ୍ତି। ଆଗାମୀ ଦିନରେ ଯଦି ଜଣେ ମଧ୍ୟ ଅଯୋଗ୍ୟ ହିତାଧୀକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ ହୋଇଛି ଏବଂ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି ତେବେ ରାଜ୍ୟ ସାରା ବିଜେପି ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, କୋକସରା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ପ୍ରଧାନୀ, ଉପସଭାପତି ରଜନୀ କାନ୍ତ ପଣ୍ଡା, ଗରୁଡ଼ଧ୍ବଜ ମାଝି, ନିଲକଣ୍ଠ ମାଝୀ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ମାଟି, ସମ୍ପାଦକ ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ସ୍ବୟଂବର ବାଗ, ଘନଶ୍ୟାମ ନାଏକ, ବିଶି କେଶନ ନାଏକ, ମୋଟେର ମଣ୍ଡଳ ପ୍ରଭାରୀ ତଥା ସାଂସଦଙ୍କ ପ୍ରତିନିଧି ସୁଧୀର ପାତ୍ର, କୋକସରା ମଣ୍ଡଳ ଉପସଭାପତି ଗୋପାଳ ଅଗ୍ରୱାଲ, ମୋଟେର ମଣ୍ଡଳ ସମ୍ପାଦକ ମୁକୁନ୍ଦ ରାଉତ, ମନିଜର ପୋଡ଼, ଧର୍ମାନନ୍ଦ ନେଗୀ ସମେତ ଦାଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।