ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା; ସମାଧାନ ପାଇଁ ବିଜେପିର ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ନିକଟରେ ପ୍ରକାଶିତ ହେଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକା। ଏହି ତାଲିକାରୁ ବାଦ ପଡିଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ। କିନ୍ତୁ ପରିତାପର ବିଷୟ ଯୋଗ୍ୟ ଗରିବ ଲୋକଙ୍କ ପରିବର୍ତ୍ତେ ସ୍ୱଚ୍ଛଳ ପରବାର ଲୋକଙ୍କ ନାମ ତାଲିକାଭୁକ୍ତ କରାଯାଇଛି। ପ୍ରଶାସନ କେଉଁ ମାନଦଣ୍ଡରେ ଏହି ତାଲିକା ପ୍ରସ୍ତୁତ କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରିବାରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ବିଜେପି ଅଭିଯୋଗ କରିଛି। ତେଣୁ ଏହାର ବିଚାର କରାଯାଇ ତୁରନ୍ତ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁସରଣ କରି ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ କରିବା ସହ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବା ପାଇଁ ଦାବି କରିଛି ବିଜେପି। ଏହାସହ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ନୁତନ ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରିଛି ବିଜେପି। ଏନେଇ ଆଜି କଲମପୁର ବ୍ଲକ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ମାଧ୍ୟମରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ଉପସଭାପତି ଲକ୍ଷ୍ମୀ ବାଗ, ଜିଲ୍ଲା ସମ୍ପାଦକ ସତ୍ୟ ନାରାୟଣ ବେହେରା, କଲମପୁର ମଣ୍ଡଳ ସଭାପତି କମଳ ବାଗ, ବିଜମରା ମଣ୍ଡଳ ସଭାପତି ଅରୁଣ କୁମାର ପଣ୍ଡା, ବରିଷ୍ଠ ନେତା କ୍ଷିରୋଦ ଚନ୍ଦ୍ର ନାଏକ, ସାଂସଦଙ୍କ ପ୍ରତିନିଧି ହୃଷିକେଶ ବେହେରା, ରୋଗୀ କଲ୍ୟାଣ ସମିତିର ପ୍ରତିନିଧି ନୀଳକଣ୍ଠ ସୁନାନୀ, ଯୁବ ନେତା ରବୀନ୍ଦ୍ର ନାଏକ, ହରେକୃଷ୍ଣ ସାହୁ, ସୁଧିର କୁମାର ବାଗ, ସୁଧିର ରାଉତ, ହେମନ୍ତ ବେହେରା, ଦୈତ୍ୟାରି ବାରିକ ଏବଂ ସୁଜିତ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ବିଜେପିର କର୍ମୀ ସ୍ଥାନୀୟ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ପ୍ରଶନ୍ନ କୁମାର ପଟେଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.