ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରୁ ବାଦ ଦେବା ପାଇଁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ସୋନପୁର ବିଡିଓ ସୋମ୍ୟ ରଞନ ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ମଧ୍ଯରେ ସଠିକ୍ ଭାବରେ ହିତାଧିକାରୀ ତାଲିକାକୁ ପ୍ରକାଶିତ କରିବା ପାଇଁ ଦାବି କରିଛନ୍ତି । ଆଗାମୀ ଦିନରେ ଯଦି ଜଣେ ମଧ୍ଯ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ ହୋଇଛି ଏବଂ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡିଛନ୍ତି ତେବେ ବିଜେପି ପକ୍ଷରୁ ରାଜ୍ଯ ବ୍ୟାପି ଆନ୍ଦୋଳନ ତୀବ୍ର ବେଗରେ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ନାରାୟଣପୁର ମଣ୍ଡଳ ପ୍ରଭାରୀ ନିରଞ୍ଜନ ତ୍ରିପାଠୀ, ଲଛିପୁର ମଣ୍ଡଳ ପ୍ରଭାରୀ ଅଲେଖ ନାଏକଙ୍କ ନେତୃତ୍ବରେ ବରିଷ୍ଠ ନେତା ରାମେଶ୍ଵର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବିଶି, ଯୁବ ନେତା ଅଶୋକ ଝାଙ୍କର, ରମେଶ ମିଶ୍ର, ଶ୍ୟାମସୁନ୍ଦର ଶତପଥୀ, ସଂଞୟ ସେଠୀ, ପ୍ରତାପ ବାଗ,ପ୍ରତାପ ମଲ୍ଲିକ, ରଶ୍ମି ପ୍ରଧାନ, ମୁନୁ କର୍ମୀ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।