ବର୍ଜ୍ୟବସ୍ତୁରୁ ପୋଟ୍ରେଟ୍ ତିଆରି ନିଶାରେ ମାତିଛନ୍ତି ନାଇଜେରିଆ ଯୁବକ

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଳୀ : ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତଙ୍କର କିଛି ନା କିଛି ହବି ଥାଏ । କାହାର ବହି ପଢିବା ,ଗୀତ ଗାଇବା କି ଗୀତ ଶୁଣିବା, ରୋଷେଇ କରିବା ତ ଆଉ କାହାର ଅଳିଆ ଆବର୍ଜନାରୁ ସୁନ୍ଦର ଆର୍ଟ କରିବା  ଆଦି ଥାଏ। ହେଲେ କେହି ପୁରୁଣା ଚପଲରୁ ପୋଟ୍ରେଟ୍ ତିଆରି କରିବା କେବେ ଶୁଣିଛନ୍ତି କି । ଏହା ଶୁଣି  ଆପଣଙ୍କୁ ଅଜବ ଲାଗୁଥିବ ନା ହେଲେ ଏହା ସତ ।  ତେବେ ଏହା ବିତଷୟରେ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ରିପୋର୍ଟ ।

Udyog Nursery
Udyogi Nursery

ନାଇଜେରିଆର ଜଣେ କଳାକାର ଏବେ ତାଙ୍କ କଳାକୃତୀ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । କାରଣ ସେ ପୁରୁଣା ଚପଲରେ ଖୁବ୍‌ ସୁନ୍ଦର ପୋର୍ଟ୍ରେଟ୍‌ ତିଆରି କରିପାରୁଛନ୍ତି। କୋନବୟ ଏବିପେଡ ଇଉଜିନ୍‌ ନାମକ ଏହି କଳାକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ସାରା ପୃଥିବୀରୁ ପ୍ଲାଷ୍ଟିକ ଆବର୍ଜନାକୁ ଶେଷ କରିବା। ଏଥିପାଇଁ ସେ ପ୍ଲାଷ୍ଟିକ୍‌କୁ କଳାରେ ବା ଆର୍ଟ କାମରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି।

କୋନବୟ ନାଇଜେରିଆ, ଓଗୁନ ରାଜ୍ୟର ଏବେକୁଟା ସହରରେ ରୁହନ୍ତି। ଆଉ ପ୍ଲାଷ୍ଟିକ ପ୍ରଦୁଷଣ ବିରୋଧରେ ଜଣେ ଯୋଦ୍ଧାଭାବେ କାମ କରନ୍ତି।  କେବଳ ଏତିକି ନୁହେଁ ହଜାର ହଜାର ପ୍ଲାଷ୍ଟିକର ପୁରୁଣା ଚପଲକୁ ସଂଗ୍ରହ କରି ସେଥିରେ ମୋଜାଇକ ପୋର୍ଟ୍ରେଟ୍‌ ତିଆରି କରନ୍ତି। ତେବେ ୟୁନାଇଟେଡ ନେଶନସ୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ର ରିପୋର୍ଟ ଅନୁଯାୟୀ ନାଇଜେରିଆରେ ୨୧ କୋଟିରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ ଚପଲ ପିନ୍ଧୁଥିବା ଉପଭୋକ୍ତା ଅଛନ୍ତି। ଆଉ ନାଇଜେରିଆରେ ପ୍ରତିବର୍ଷ ୨ ଲକ୍ଷ ଟନ୍‌ ପ୍ଲାଷ୍ଟିକ ଚପଲ ଆଟଲାଣ୍ଟିକ୍‌ ମହାସାଗରରେ ଫୋପଡା ଯାଇଥାଏ।

ସେଠାରେ ପ୍ଲାଷ୍ଟିକ ଚପଲ କମ୍‌ ମୂଲ୍ୟରେ ମିଳୁଥିବାରୁ ଏହାର ବ୍ୟବହାର ଅଧିକ ହୁଏ। ପରେ ତାହା ଆବର୍ଜନା ପାଲଟିଥାଏ। ତେଣୁ ଏହି ପ୍ରଦୂଷଣକୁ ରୋକିବା ପାଇଁ କୋନବୟ ଏହି ପଦକ୍ଷେପ ନେଲେ ବୋଲି କୁହନ୍ତି। ସେ ଆବର୍ଜନା ପାଲଟିଥିବା ଚପଲକୁ ଆଣି ଏତେ ସୁନ୍ଦର ପୋର୍ଟ୍ରେଟ୍‌ ପ୍ରସ୍ତୁତ କରୁଛନ୍ତି ଯେ, ତାଙ୍କ କଳାକୁ ଯେ କେହି ବି ପ୍ରଶଂସା ନ କରି ରହିପାରିବ ନାହିଁ।

 




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.