ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ଅନୁଷ୍ଠାନରେ ୭୪ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ନର୍ଲା ହାଇସ୍କୁଲ ପଡିଆ ଠାରେ ଗଣ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ନର୍ଲା ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ, ସେକସନ ଅଫିସର ଦିଗ ପଧାନ, ଏବିଇଓ ଗୋବର୍ଦ୍ଧନ ମାଝୀ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ ।
ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ପିଇଟି ନାରାୟଣ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ନର୍ଲା ୟୁପି ସ୍କୁଲ, ନର୍ଲା ହାଇସ୍କୁଲ, ମାଉଣ୍ଟେନ କିଡ୍ସ ଇଂଲିସ୍ ମିଡିୟମ ସ୍କୁଲ, ସ୍ପେସିଫିକ ଇଂଲିସ ମିଡିୟମ ସ୍କୁଲ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିର, ନର୍ଲା ଉପରପଡା ସ୍କୁଲ ପ୍ରଭୃତିର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ୟାରେଡ ପ୍ରଦର୍ଶନ କରିଥିଲେ । ଶିଶୁ ମନ୍ଦିର ଛକଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବରେ କବି ମୋହନ ଭଟ୍ଟ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ସେହିଭଳି ନର୍ଲା ପ୍ୟାକ୍ସ ରେ ସଭାପତି ମଞ୍ଜୁଲତା ଗୌଡ଼, ନର୍ଲା ଗ୍ରାମ ପଞ୍ଚାୟତ ଅଫିସ୍ ରେ ସରପଞ୍ଚ ତନୁଜା ହରପାଲ, ନର୍ଲା ଯୁକ୍ତ ଦୁଇ ମହା ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ , ଡିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ , ନର୍ଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଶାଖାର ପରିଚାଳକ ଖଗେଶ୍ୱର ଭୋଇ, ଷ୍ଟେଟ ବ୍ୟାଙ୍କ ରେ ଶାଖା ପରିଚାଳକ ସୁଦାମ ଧାରୁଆ ପତାକା ଉତ୍ତୋଳନ କରିଥିଲେ ।
ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବନିତା ମିଶ୍ର ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲା ବିଇଓ ଅଫିସରେ ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ରେତ୍ କ୍ଷୁଦ୍ର ଜଳସେଚନ ଅଫିସ୍ ରେ ସହକାରୀ ଯନ୍ତ୍ରୀ, ପେସିଫିକ ପବ୍ଲିକ ସ୍କୁଲରେ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲରେ ଚେୟାରମେନ ନବୀନ କିଶୋର ଦାସ୍, ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେମନ୍ତ ଭୋଇ, ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦିପାଞ୍ଜଳୀ ବୁଦ୍ଧିଆ, ଘଣ୍ଟମାଳ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଗୋପାଳ ହାତୀ, ଭାନପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଅନନ୍ତରାମ ମାଝୀ, ମାଣ୍ଡେଲ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ପଦ୍ମଲୋଚନ ଜାଲ ପତାକା ଉତ୍ତୋଳନ କରିଥିଲେ ।
ଏହିପରି ଭାବେ ସର୍ଗିଗୁଡା ରେଳବାଇ ଗେଟ୍ ଫାଟକ ନିକଟସ୍ଥ ନର୍ଲା ବିଜେପି କାର୍ଯ୍ୟାଳୟ ରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ, ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ରେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସ୍କୁଲ, କଲେଜ ରେ ଏଥର କରୋନା କଟକଣା ର ପ୍ରଭାବ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ପରେଡ଼ କରିଥିଲେ ।
ନର୍ଲା ବ୍ଲକ୍ ରେ ନର୍ଲା ବିଡିଓ ବାସନ୍ତୀ ସେଠୀ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଯୋଗଦାନ କରିଥିଲେ । ସେହିଭଳି ନର୍ଲା ତହସିଲ ଅଫିସରେ ତହସିଲଦାର ଶଙ୍କର ବାଗ ପତାକାଉତ୍ତୋଳନ କରିଥିବା ବେଳେ ନର୍ଲା ଜିଲ୍ଲା କୃଷି ଅଫିସ ରେ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟାତ ପତାକା ଉତ୍ତୋଳନ କରିଥିଲେ । ନର୍ଲାର ଜବାହର ନବୋଦ୍ଦୟ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାରେ ପ୍ରଧାନ ଶିକ୍ଷକ ମାନେ ପତକା ଉତ୍ତୋଳନ କରିଥିଲେ । ନର୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆନନ୍ଦ ଉହ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।