ମ.ରାମପୁର ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଜି ସର୍ବ ସାଧାରଣ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି l ସକାଳ ୮ ଘଣ୍ଟା ୧୫ ମିନିଟ ସମୟରେ ମୁଖ୍ୟ ଅତିଥି ଭାବରେ ବିଡିଓ ବିନୟ କୁମାର ଭୋଇ ଉପସ୍ଥିତ ରହି ଜାତୀୟ ପତାକାକୁ ଉତ୍ତୋଳନ କରି ଛାତ୍ରଛାତ୍ରୀ ଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ତହସିଲଦାର ଜ୍ୟୋତ୍ସ୍ନା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ l ତ୍ରିରଙ୍ଗା ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରିବା ପରେ ମ.ରାମପୁର ମହାବିଦ୍ୟାଳୟ ର ଖେଳ ଶିକ୍ଷକ ତୋଫାନ ଗୌଡ଼ିଆ ସମସ୍ତ ଅତିଥିବୃନ୍ଦଙ୍କୁ ପାଛୋଟି ନେଇ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରି ପରିକ୍ରମା କରିବାପରେ ପ୍ୟାରେଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପ୍ୟାରେଡ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି ପ୍ୟାରେଡ ରେ ସ୍ଥାନୀୟ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ସୁଦୃଶ୍ୟ ଏବଂ ଶୃଙ୍ଖଳିତ ପ୍ୟାରେଡ ରେ ବରିଷ୍ଠ ବିଭାଗରେ ଦାନିଏଲ୍ ପବ୍ଲିକ ସ୍କୁଲ ପ୍ରଥମ ଓ ଶ୍ରୀ ଏଜୁକେଶନ ବାଳିକା ଦ୍ଵିତୀୟ ସ୍ଥାନ l କନିଷ୍ଠ ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଳିକା ପ୍ରଥମ ଓ କେଜିବିଭି ଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ l ପ୍ୟାରେଡ ବିଚାରକ ଭାବରେ ଆଇଆଇସି ସଚିନ୍ଦ୍ର ପ୍ରଧାନ , ମ.ରାମପୁର ବନ ଅଧିକାରୀ ଅସିତ୍ ଦାସ ଓ ନର୍ଲା ବନ ଅଧିକାରୀ ପ୍ରଶାନ୍ତ ପାଳ ରହିଥିଲେ l ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିବ ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.