୩ଟି ଟ୍ରାକ୍ଟରରେ ବେଆଇନ୍ ବାଲି ଚାଲାଣ, ୩୦ହଜାର ଟଙ୍କା ଜୋରିମାନା କଲେ  ତହସିଲଦାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିନା ୱାଇଫର୍ମରେ ତାହା ପୁଣି ନିଲାମ ହୋଇ ନ ଥିବା ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ସମୟରେ ଚଢାଉ କରି ଜୋରିମାନା ଆଦାୟ କରିଛନ୍ତି ରାୟଗଡା ତହସିଲଦାର ତାପସ କୁମାର ରାଉତ । ଚଢାଉ ବେଳେ ବାଲି ବୋଝେଇ ୨ଟି ଟ୍ରାକ୍ଟର ଏବଂ ଅନଲୋଡ୍ କରୁଥିବା ଗୋଟିଏ ଟ୍ରାକ୍ଟରକୁ ମିଶାଇ ମୋଟ ୩ଟି ଟ୍ରାକ୍ଟରକୁ ଧରି ଜଣକ ପିଚ୍ଛା ୧୦ହଜାର ଟଙ୍କା ଲେଖାଁଏ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ବେଆଇନ୍ ଭାବେ ବାଲି ଚାଲାଣରୁ ନିବୃତ ରହିବା ପାଇଁ ତାଗିଦ୍ କରିଥିଲେ ତହସିଲଦାର ଶ୍ରୀ ରାଉତ । ଆଜି ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ତହସିଲଦାର ଶ୍ରୀ ରାଉତ ରିଙ୍ଗରୋଡର ଇନ୍ଦିରା ନଗର ଛକ ଏବଂ କତୁରୁ ଛକ ମଧ୍ୟରେ ନାଗାବଳୀ ନଦୀରୁ ବେଆଇନ ଭାବେ ବାଲି ଉତୋଳନ କରାଯାଇ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ପାଇବା ପରେ ସକାଳେ ରାଜସ୍ୱ ନିରୀକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ସହ ମିଶି ଉକ୍ତ ରାସ୍ତାରେ ଚଢାଉ କରିଥିଲେ । ଏହି ସମୟରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ଆସୁଥିବା ବେଳେ ଆଉ ଟ୍ରାକ୍ଟର ତହସିଲଦାରଙ୍କ ଗାଡିକୁ ଦେଖି ରାସ୍ତା କଡରେ ହିଁ ବାଲିକୁ ଅନଲୋଡ କରୁଥିବା ତହସିଲଦାର ଦେଖିବାକୁ ପାଇ ଜୋରିମାନା ଆଦାୟ କରିଥିବା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.