5T ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଧର୍ମଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଅଧିନରେ ଚାଲିଥିବା ବାଣ୍ଡିଗାଁ ଓ ରଣମାଲ ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଛନ୍ତି ଧର୍ମଗଡ଼ ବିଧାୟକ ମହୋଷଧି ବାଗ ଓ ପ୍ରତିନିଧି ଦଳ। ୫ଟି ରୂପାନ୍ତରିତ କାର୍ଯ୍ୟ ମାଧ୍ୟମରେ କିପରି ଭାବରେ ବିଦ୍ୟାଳୟ ର ଭିତ୍ତି ଭୂମି ବିକାଶ ସାମଗ୍ରିକ ଉନ୍ନତି ହୋଇପାରିବ ସହିତ ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଧାୟକ ଶ୍ରୀ ବାଗ କହିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ସମାଜସେବୀ ସୁଧିର ମୁଣ୍ଡ, ସରୋଜ ଠାକୁରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ଖଡିକାର, ପବିତ୍ର ମୋହନ ମୁଣ୍ଡ, ରଜତ କୁମାର ମିଶ୍ର, ନିରଞ୍ଜନ କର, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.