ସରପଞ୍ଚ ଭାବେ ଯୋଗ ଦେଲେ ସାମାଜିକ ସୁରକ୍ଷା ଅଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମପଞ୍ଚାୟତରେ ଦୀର୍ଘ ଦିନ ହେଲା ଉନ୍ନୟନ କାର୍ଯ୍ୟ ହେଇପାରୁନଥିଲା l ଯାହା ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହାକୁ ଦୃଷ୍ଟି ଦେଇ ଆଜି କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କୁ କନ୍ଦାବୁଟୁରା ସରପଞ୍ଚ ଭାବେ ମନୋନୀତ କରିଛି l ସୂଚନା ଯୋଗ୍ୟ ଯେ ଗତ ୨୦୧୬ ମସିହା ରେ ପଞ୍ଚାୟତ ବିଭାଜନ ସମୟରେ କାସିବାହାଲ ପଞ୍ଚାୟତ ବିଭାଜନ ହୋଇ ତୁନ ଗାଁ ଓ କନ୍ଦାବୁଟୁରାକୁ ନେଇ ନୂତନ କନ୍ଦାବୁଟୁରା ପଞ୍ଚାୟତ ଭାବେ ସୀକୃତି ମିଳିଥିଲା, ଏଥିରେ ପଞ୍ଚାୟତ ସଦର ମହକୁମାକୁ ନେଇ ତୁନଗାଁର ସଚେତନ ନାଗରିକ ଓ ସାଧାରଣ ଜନତା ବିରୋଧ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କୌଣସି ପ୍ରାର୍ଥୀ ମଧ୍ୟ ଦେଲେନି ଓ ଭୋଟ ବର୍ଜନ କରିଥିଲେ l ସମୁଦାୟ ୧୧ ଗୋଟି ୱାର୍ଡକୁ ନେଇ ପଞ୍ଚାୟତ ଗଠନ ହେବାର ଥିବା ବେଳେ ମାତ୍ର ୫ ଗୋଟି ୱାର୍ଡରେ ହିଁ ନିର୍ବାଚନ ହୋଇଥିଲା ଓ ଗୋଟିଏ ୱାର୍ଡ ରେ ସଙ୍ଗରକ୍ଷିତ ପ୍ରାର୍ଥୀ ନ ଥିଲେ ଫଳରେ ଆବଶ୍ୟକୀୟ ସଂଖ୍ୟା ପୂରଣ ନ ହେବାରୁ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି l ପାଞ୍ଚ ଜଣ ୱାର୍ଡ ସଭ୍ୟକୁ ନେଇ ପଞ୍ଚାୟତ ଚାଲିବା ସମ୍ଭବ ନ ହେବାରୁ ସୋମବାର ଜିଲ୍ଲାପାଳ ଙ୍କ ଚିଠି ନଂ ୨୨୫ ରେ କୋକସରା ସାମାଜିକ ସୁରକ୍ଷା ଅଧିକାରୀ ନୂତନ ସରପଞ୍ଚ ଭାବେ ଯୋଗ ଦେଇ ପଞ୍ଚାୟତର ଉନ୍ନତି, ପାନୀୟ ଜଳ, ଗମନା ଗମନ, ରାସନ କାର୍ଡ ଓ ବାର୍ଦ୍ଧକ୍ୟ, ବିଧବା ଭତା କୁ ଗୁରୁତ୍ୱ ଦେଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବି ବୋଲି ସୂଚନା ଦେଇଛନ୍ତି l ଶ୍ରୀ ବେହେରାଙ୍କ ଯୋଗ ଦାନ ସମୟରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ମୋଟେର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ଶେଲ, ଡହଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସୋରୀ, କନ୍ଦାବୁଟୁରା କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ନାଏକ ସରପଞ୍ଚ କୁରୁକ୍ଷେତ୍ର ବେହେରା, ଗ୍ରାମରୋଜଗାର ସେବକ ବଜେନ୍ଦ୍ର ପୁଞ୍ଜି ଓ ନିର୍ବାଚିତ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.