ମୂଷାପାଳିଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରାରେ ଶତାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇ ପୂଜାର୍ଚ୍ଚନା ପରେ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ସାରିବା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ, ଶଙ୍ଖ କୀର୍ତ୍ତନ ଏବଂ ହୁଳହୁଳି ର ନାଦେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ରବିବାର ସମାପନ ହେବା ନେଇ ସୂଚନା ମିଳିଛି। ଏହି ଅଖଣ୍ଡ ନାମଯଜ୍ଞରେ କର୍ତ୍ତା ଭାବରେ ଦୁଃଖାଳୁ ନାଏକ ଓ ତାଙ୍କ ଧର୍ମପତ୍ନୀ ନୃପମଣି ନାଏକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂଜକ ଭାବେ ତ୍ରାହିକର ମିଶ୍ର ରହିଛନ୍ତି।ନାମଯଜ୍ଞ କମିଟିର ସଭାପତି ପ୍ରେମଲାଲ ନାଏକ, ଉପ ସଭାପତି ବଳଭଦ୍ର ନାଏକ, ସମ୍ପାଦକ ଭବାନୀ ବାଗ, କୋଷାଧ୍ୟକ୍ଷ ଅଭୟ କୁମାର ନାଏକ, ଅକ୍ଷୟ ନାଏକ, ଦିଗାମ୍ବର ନାଗ, ସନ୍ଥ ନାଏକ, ଅଞ୍ଜନା ଦୁର୍ଗା, ଅଲେଖ ଗୋପାଳ, କହ୍ନେଇ ନାଏକ, ବାଳକୃଷ୍ଣ ପଣ୍ଡା, ଅଖିଳ ନାଏକ, ଘନଶ୍ୟାମ ନାଏକ, ଅଭୟ କୁମାର ନାଏକ, ସମାଜସେବା ଘନାଶ୍ୟାମ ଅଗ୍ରୱାଲ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.