ଫତକାବାହାଲି ଠାରେ ମାଁ ବସ୍ତରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କୋକଡମାଲ ଚମ୍ପିୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗାଡେବନ୍ଧ ପଞ୍ଚାୟତ ଅନ୍ତର୍ଗତ ଫତକାବାହାଲି ଠାରେ ମାଁ ବସ୍ତରେନ ଯୁବକ ସଂଘ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଯାଇଛି। ଏନେଇ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ଜୋନ୍-୨ ସଦସ୍ୟ ହରିଶଙ୍କର ମାଝୀ, ସମିତି ସଭ୍ୟା ସୁଜାତା ସାହୁ, ପୂର୍ବତନ ସମିତି ସଭ୍ୟ ପୁରନ୍ଦର ମାଝୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। କୋକଡମାଲ ଓ ରାକ୍ସି ଟିମ୍ ମଧ୍ୟରେ ହୋଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ କୋକଡମାଲ ବିଜୟ ଲାଭ କରିଥିଲା। ଅତିଥିବୃନ୍ଦ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ଅର୍ଥରାଶି ଦେଇ ସମ୍ମାନିତ କରିଥିଲେ। ଏହି ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତାରେ ଶହ ଶହ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.