ଟିଟିଲାଗଡ ରେଳଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ପରିଚିତ ଟିଟିଲାଗଡ ରେଳ ଷ୍ଟେସନରୁ ଦେଶର ଅନ୍ୟ ରାଜ୍ୟ ସହ ସିଧାସଳଖ ନିୟମିତ ଟ୍ରେନ ଚଳାଚଳର ସୁବିଧା ରହିଛି। ଏହାର ଫାଇଦା ନେଇ ରେଳ ଯୋଗେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅସାଧୁ ବ୍ୟବସାୟୀମାନେ କାରବାର ଚଳାଇ ମାଲେମାଲ ହେଉଥିବା ଦେଖିବାକୁ ମିଳିଛି। ଟିଟିଲାଗଡ଼ ରେଳବାଇ ପୋଲିସ୍ (ଜିଆରପି), ରେଳୱ ସୁରକ୍ଷା ବଳ (ଆରପିଏଫ) ଓ ଅବକାରୀ ବିଭାଗ ପକ୍ଷରୁ ଷ୍ଟେସନ ପରିସରରୁ ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ ଜବତ କରାଯାଉଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ପୁଣି ଏହିପରି ଏକ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି। ଟିଟିଲାଗଡ଼ ଷ୍ଟେସନରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଥିବା ବେଳେ ଅବକାରୀ ବିଭାଗ ଓ ରେଳ ସୁରକ୍ଷାବଳ ମିଳିତ ଭାବରେ ୮ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ଷ୍ଟେସନ ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ଗଞ୍ଜେଇ ପ୍ୟାକେଟ ଭର୍ତ୍ତି ଥିବା ଏକ ଅଖା ବସ୍ତା ସହ ମଧ୍ୟପ୍ରଦେଶର ସୌସୁର ସହରକୁ ଗଞ୍ଜେଇ ଚାଲାଣ ପାଇଁ ଟ୍ରେନ ଅପେକ୍ଷାରେ ଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ଏସଆଇ ଆଶିଷ ବେହେରା, ଏଏସଆଇ ମଳୟ ପ୍ରଧାନ, ସିପାହୀ ଡଲେଶ୍ୱର କୁମୁରା, ସୁରେଶ ଭୋଇ, କୁମଦିନି ମଲ୍ଲିକ, ସୁନିଲ ବଢେଇ, ଗଗନ ମିଶ୍ର ଓ ଆରପିଏଫ ର ସିଏମ ବେହେରା ପ୍ରମୁଖ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରି ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇକୁ ମଧ୍ୟ ଜବତ କରିଥିଲେ। ଅଭିଯୁକ୍ତ ଜଣକ ହେଲେ ମହାରାଷ୍ଟ୍ରର ନାଗପୁର ବାସିନ୍ଦା ଅଫଜର ରେହେମାନ୍ ଖାନଙ୍କ ପୁଅ ଅଦନାନ ଖାନ (୨୩) ଏବଂ ଜବତ ଗଞ୍ଜେଇର ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସ୍ଥାନୀୟ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.