ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଠାରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇ ପୂଜାର୍ଚ୍ଚନା ପରେ ସାନବନ୍ଧରୁ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ସାରିବା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ, ଶଙ୍ଖ କୀର୍ତ୍ତନ ଏବଂ ହୁଳହୁଳି ନାଦର ଏକ ଭକ୍ତିମୟ ପରିବେଶରେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ ରବିବାର ସମାପନ ହେବା ନେଇ ସୂଚନା ମିଳିଛି। ଏଥିରେ କର୍ତ୍ତା ଭାବରେ ଜଗତାନନ୍ଦ ଦଳପତି ଓ ତାଙ୍କ ଧର୍ମପତ୍ନୀ ବିମଳା ଦଳପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂଜକ ଭାବେ ଅଶୋକ କୁମାର ଦାସ, ଉମାଶଙ୍କର ଦାସ ରହିଛନ୍ତି।ନାମଯଜ୍ଞ କମିଟିର ସଭାପତି ବେଣୁଧର ଦଳପତି, ସମ୍ପାଦକ ପୁରନ୍ଦର ଦଳପତି, କୋଷାଧ୍ୟକ୍ଷ ମୋହନ ଦଳପତି, ପରମେଶ୍ବର ବାଗ, ଦୟାନିଧି ଦଳପତି, ଶସୀନ୍ଦ୍ର ଦଳପତି, ପିତାମ୍ବର ଦଳପତି, କେଶବ ଦଳପତି, ଋଷିମଣି ଦଳପତି, ବିରବଲ ଦଳପତି, ପବିତ୍ର ହାତୀ, କମଳ ଦଳପତି,ଲୋକନାଥ ନାଗ, ଗଜିନ୍ଦ୍ର ପୁଝାରୀ, ବୈକୁଣ୍ଠ ହାତୀ, ରାଧାକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି।